ଆପଣାନ୍ତୁ ଆଲୋଭେରାର ଏହି ହେୟାର୍‍ ମାସ୍କ୍‍ : ଗୋଟିଏ ସପ୍ତାହ ମଧ୍ୟରେ ଚମକିବ କେଶ

0

କଳା, ଲମ୍ବା, ଘନ ଓ ଚମକୁଥିବା କେଶ ସମସ୍ତଙ୍କର ପସନ୍ଦ, ହେଲେ ଏପରି କେଶ ପାଇବା ପାଇଁ ବହୁ କଷ୍ଟ କରିବା ସହ ବିଶେଷ ଯତ୍ନର ଆବଶ୍ୟକତା ହୋଇଥାଏ। ଏହା ସହ ଆବଶ୍ୟକ ହୋଇଥାଏ କିଛି ଖାସ୍‍ ହେୟାର୍‍ ମାସ୍କ୍‍ ର, ଯାହା କେଶକୁ ଘନ ଓ ଚମକ୍‍ଦାର କରିବାରେ ସହାୟକ ହୋଇଥାଏ। ବଜାରରେ ଉପଲବ୍ଧ ବଭିନ୍ନ ରାସାୟନିକ ଦ୍ରବ୍ୟ ମିଶ୍ରିତ ହେୟାର ମାସ୍କ୍‍ ର ବ୍ୟବହାର ପରିବର୍ତ୍ତେ ଘରୋଇ ଉପାୟରେ ପ୍ରସ୍ତୁତ ଆଲୋଭେରା(ଘିକୁଆଁରୀ) ହେୟାର୍‍ ମାସ୍କ୍‍ ବ୍ୟବହାର କରିବା ଦ୍ୱାରା ଅଧିକ ଲାଭ ମିଳିବା ସହ କୌଣସି ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ହୋଇନଥାଏ। ତେବେ ଚାଲନ୍ତୁ ଜାଣିବା ଏହି ଆଲୋଭେରା ହେୟାର୍‍ ମାସ୍କ୍‍ ବିଷୟରେ –

ଆଲୋଭେରା ହେୟାର ମାସ୍କ୍‍ ପ୍ରସ୍ତୁତ କରିବାର ପ୍ରଣାଳୀ :
ଗୋଟିଏ ଛୋଟ ପାତ୍ରରେ କିଛି ଆଲେଭେରା ଜେଲ୍‍, ୨ ଚାମଚ ନଡ଼ିଆ ତେଲ ଓ ୨ ଚାମଚ ମହୁ ନେଇ ତା’ର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ କେଶ ମୂଳରୁ ଅଗ୍ରଭାଗ ପର୍ଯ୍ୟନ୍ତ ଭଲଭାବେ ଲଗାନ୍ତୁ। ଲଗାଇବାର ୧ଘଣ୍ଟା ପର୍ଯ୍ୟନ୍ତ କେଶକୁ ବାନ୍ଧି ରଖନ୍ତୁ। ତା’ପରେ କେଶକୁ ଧୋଇ ଦିଅନ୍ତୁ।

ଏହି ହେୟାର୍‍ ମାସ୍କ୍‍କୁ ସପ୍ତାହକୁ ଦୁଇ ଥର କରି ଏହପରି ୨-୩ ଥର ଲଗାଇବା ଦ୍ୱାରା କେଶରେ ଅଦ୍ଭୁତ ପରିବର୍ତ୍ତନ ଅନୁଭବ କରିପାରିବେ।

Leave A Reply