ଘିକୁଆଁରୀ ରସ ଉଭୟ ସ୍ୱାସ୍ଥ୍ୟ ଓ ତ୍ୱଚା ପାଇଁ ହିତକାରକ

ଘିକୁଆଁରୀ ରସ ଉଭୟ ସ୍ୱାସ୍ଥ୍ୟ ଓ ତ୍ୱଚା ପାଇଁ ଖୁବ ଉପକାରୀ। ଏଥିରେ ବହୁ ପ୍ରାକୃତିକ ଗୁଣ ରହିଛି। ଭିଟାମିନ, ଖଣିଜ, ଆଣ୍ଟି-ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଛି। ଆୟୁର୍ବେଦରେ ମଧ୍ୟ ଏହାର ଖୁବ ମହତ୍ତ୍ୱ ରହିଛି। ବିିଭିନ୍ନ ଉପକାରୀ ଗୁଣ କାରଣରୁ ଏହାକୁ ଅମରତ୍ୱ ପ୍ରଦାନ କରାଯାଉଥିବା ଗଛ ବୋଲି କୁହାଯାଏ। ଜାଣନ୍ତୁ….
ଘିକୁଆଁରୀ ରସରେ ଉଚ୍ଚ ମାତ୍ରାରେ ଫାଇବର ରହିଛି। ଯାହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ସହ ସଠିକ ଭାବେ କାର୍ଯ୍ୟ କରିବାକୁ ସାହାଯ୍ୟ କରିଥାଏ। ଏହାକୁ ସେବନ କଲେ କୋଷ୍ଠକାଠିନ୍ୟ ଜନିତ ସମସ୍ୟା ଦୂର ହୋଇଥାଏ।
– ଓଜନ ହ୍ରାସରେ ସାହାଯ୍ୟ କରିଥାଏ।
– ଏଥିରେ ଶକ୍ତିଶାଳୀ ଆଣ୍ଟି-ଅକ୍ସିଡାଣ୍ଟ ଥିବାରୁ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ।
– ଖାଲି ପେଟରେ ଘିକୁଆଁରୀ ରସ ପିଇବା ଦ୍ୱାରା ପାଚନ କ୍ରିୟା ସୁସ୍ଥ ରହିଥାଏ।
– ଏହା ଶରୀରରୁ ଦୂଷିତ ପଦାର୍ଥ ନିର୍ଗତ କରିବାରେ ସାହାଯ୍ୟ କରିଥାଏ।
– ଖାଲି ପେଟରେ ଘିକୁଆଁରୀ ରସ ପିଇବା ଦ୍ୱାରା ମୁଣ୍ଡବିନ୍ଧା ସମସ୍ୟାରୁ ମୁକ୍ତି ମିଳିଥାଏ।
– ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇଥାଏ।
– ଶରୀରରେ ରକ୍ତ ଅଭାବକୁ ଦୂର କରିଥାଏ।
– ତ୍ୱଚାର ଚମକ ବୃଦ୍ଧି ପାଇଥାଏ।

Comments are closed.