ବିରୋଧୀଙ୍କ ମେଳିରେ ଯୋଗଦେବେ ମମତା

0

କଲକାତା : ଆସନ୍ତା ୨୨ତାରିଖରେ ଦିଲ୍ଲୀରେ ହେବାକୁ ଥିବା ବିଜେପି ବିରୋଧୀ ମେଳିରେ ସାମିଲ ହେବେ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‍. ଚନ୍ଦ୍ରବାବୁ ନାଇଡୁଙ୍କ ଆହ୍ୱାନକ୍ରମେ ଆୟୋଜିତ ବିରୋଧୀଙ୍କ ଏହି ବୈଠକରେ କଂଗ୍ରେସ, ତେଲୁଗୁଦେଶମ୍‍ ପାର୍ଟି, ଆମ୍‍ ଆଦମୀ ପାର୍ଟି, ଜନତା ଦଳ(ଏସ୍‍), ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି, ତୃଣମୂଳ କଂଗ୍ରେସ ସାମିଲ ହେବେ। ଜେଡି(ୟୁ) ଛାଡ଼ିଥିବା ଶରଦ ଯାଦବ ମଧ୍ୟ ଏହି ବୈଠକରେ ସାମିଲ ହେବେ। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ବୃହତ୍‍ ମେଣ୍ଟ ଗଠନ କରିବା ଉଦ୍ଦେଶ୍ୟରେ ଏହି ବୈଠକ ଅହୂତ ହୋଇଛି। ଏଥିରେ ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକୁ ସାମିଲ କରାଯିବାର ପ୍ରୟାସ ଜାରି ରହିଛି।

Leave A Reply