ଆଳୁ ମଟର ପୁଲାଉ

ଆବଶ୍ୟକ ସାମଗ୍ରୀ
ଅରୁଆ ଚାଉଳ – ୨କପ ( ବତୁରାଇ ରଖନ୍ତୁ)
ମଟର – ୧କପ
ଆଳୁ – ୧କପ
ଗାଜର – ଅଧ କପ
କଞ୍ଚାଲଙ୍କା -୨ଟି ( କଟା ହୋଇଥିବା)
ଗୋଲମରିଚ – ଅଳ୍ପ
ତେଜପତ୍ର – ଅଳ୍ପ
ଗୁଜୁରାତି – ଅଳ୍ପ
ଲବଙ୍ଗ – ୪ଟି
ଲଙ୍କା ଗୁଣ୍ଡ – ଅଳ୍ପ
ଜିରା – ୧ ଚାମଚ
ଗରମ ମସଲା – ଅଳ୍ପ
ଧନିଆ ପତ୍ର – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ ଏକ ପାତ୍ର ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ତେଜପତ୍ର, ଜିରା, ଗୋଲମରିଚ, ଲବଙ୍ଗ, ଗୁଜୁରାତି ପକାଇ ଭାଜନ୍ତୁ। କିଛି ସମୟ ଭାଜିବା ପରେ ଏଥିରେ ଗାଜର, ଆଳୁ, ମଟର ପକାଇ ପୁଣି ଭଲ ଭାବେ ଭାଜନ୍ତୁ। ଏଥିରେ ଲୁଣ, ଲଙ୍କାଗୁଣ୍ଡ, ଗରମ ମସଲା ପକାଇ ପାଣି ଦେଇ କିଛି ସମୟ ଫୁଟାନ୍ତୁ। ପାଣି ଫୁଟିଲେ ବତୁରାଇଥିବା ଚାଉକୁ ପକାଇ ଘୋଡ଼ଣୀ ଦେଇ କିଛି ସମୟ ରଖି ଦିଅନ୍ତୁ। କିଛି ସମୟ ପରେ ଏଥିରେ କଟା ଧନିଆପତ୍ର, କଞ୍ଚା ଲଙ୍କା ପକାଇ ପୁଣି ଗ୍ୟାସରେ କିଛି ସମୟ ବସାନ୍ତୁ। ପ୍ରସ୍ତୁତ ହୋଇଗଲା ଆଳୁ ମଟର ପୁଲାଉ।

 

Comments are closed.