ମନପସନ୍ଦ ଆଳୁ ଚାଟ୍‍

ଆବଶ୍ୟକ ସାମଗ୍ରୀ
ଆଳୁ – ୨ଟି ( ସିଝା ହୋଇଥିବା)
ହଳଦିଆ ମଟର – ୧କପ ( ସିଝା ହୋଇଥିବା)
ଗୋଲମରିଚ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଚାଟ୍‍ ମସଲା – ୧ ଚାମଚ
ଲେମ୍ବୁ ରସ – ୧ ଚାମଚ
କଟା ଧନିଆପତ୍ର – ଆବଶ୍ୟକ ପରିମାଣରେ
କଳା ଓ ସାଧା ଲୁଣ – ସ୍ୱାଦ ଅନୁସାରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ଆଳୁକୁ ସମ୍ପୂର୍ଣ୍ଣ ଛୋଟ ଛୋଟ ଖଣ୍ଡ କରି ଦିଅନ୍ତୁ। ଏବେ ଏଥିରେ ଗୋଲମରିଚ ଗୁଣ୍ଡ, ଚାଟ୍‍ ମସଲା, ୨ ପ୍ରକାରର ଲୁଣ, ଲେମ୍ବୁ ରସ, ମଟର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଗୋଳାଇବା ପରେ ଧନିଆପତ୍ର ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମନପସନ୍ଦ ଆଳୁ ଚାଟ୍‍।

Comments are closed.