ସଧବା ନାରୀଙ୍କ ଆଭୂଷଣ ଅଳତା

0

ମହିଳାମାନେ ସର୍ବଦା ମାଙ୍ଗଳିକ କାର୍ଯ୍ୟ ଓ ପର୍ବପର୍ବାଣୀ ସମୟରେ ପାଦରେ ଅଳତା ଲଗାଇଥାନ୍ତି। ପ୍ରତ୍ୟେକ ବ୍ରତ ଓ ପର୍ବରେ ଅଳତା ଲଗାଇବା ଦ୍ୱାରା ପାଦର ସୁନ୍ଦରତା ବଢିଥାଏ। ଅଳତା ଲଗାଇବା ଦ୍ୱାରା ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ। ଅଳତା ପାଣି ପରି ହୋଇଥିବାରୁ ମହିଳାମାନେ ପାଦରେ ଲଗାଇଥାନ୍ତି। ଏହାକୁ ସଧବା ନାରୀଙ୍କ ଆଭୂଷଣ ମଧ୍ୟ କୁହାଯାଏ।ନାରୀଙ୍କର ଆଭୂଷଣ ମଧ୍ୟରେ ଅଳତାର ବିଶେଷ ମହତ୍ତ୍ୱ ରହିଛି। ଏମିତିରେ ଦେଖିବାକୁ ଗଲେ ଅଳତା ଲଗାଇବାର ପରମ୍ପରା ବହୁ ପୁରାତନ ଅଟେ। କିନ୍ତୁ ବଦଳୁଥିବା ପରିବେଶରେ ଅଳତା ମହିଳାଙ୍କର ସବୁଠାରୁ ପ୍ରିୟ ଆଭୂଷଣ ଅଟେ। ମହିଳା ଓ ଝିଅମାନେ ଆଧୁନିକ ଯୁଗକୁ ପ୍ରବେଶ କଲେ ମଧ୍ୟ ଅଳତାକୁ ଅନେକ ନୂତନ ଡିଜାଇନରେ ପାଦରେ ଲଗାଉଛନ୍ତି। ଆସନ୍ତୁ ଜାଣିବା ଅଳତା ଲଗାଇବାର ବିଭିନ୍ନ ଡିଜାଇନ..ଭାରତର ଅନେକ ସ୍ଥାନରେ ନୂଆ ବୋହୂର ଗୃହ ପ୍ରବେଶ ସମୟରେ ଅଳତାର ବିଧି କରାଯାଇଥାଏ। ଏହି ବିଧିରେ ବୋହୂ ନିଜ ପାଦରେ ଅଳତା ଲଗାଇ ଗୃହ ମଧ୍ୟକୁ ପ୍ରବେଶ କରିଥାଏ। ଅଳତାର ଚିହ୍ନ ଗୃହର ଚଟାଣରେ ରହିଥାଏ। ଗୃହ ପ୍ରବେଶର ବିଧି ସବୁଠାରୁ ମହତ୍ୱପୂର୍ଣ୍ଣ ଅଟେ। ଅଳତା ଲଗାଇବାରେ ବଙ୍ଗଳା, ଓଡିଶା, ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଇତ୍ୟାଦିରେ ଅନେକ ପ୍ରସିଦ୍ଧ ଅଟେ।ଅଳତା ଲଗାଇବା ସଧବା ନାରୀର ପ୍ରତୀକ ହୋଇଥାଏ। ଏହା ସହ ଅଳତା ଲଗାଇବାର ଅନେକ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଅଳତା ଲଗାଇବା ଦ୍ୱାରା ମାନସିକ ଦୁଃଶ୍ଚିନ୍ତାରୁ ମୁକ୍ତି ମିଳିଥାଏ। ପ୍ରାକୃତିକ ରୂପେ ପ୍ରସ୍ତୁତ ହୋଇଥିବା ଅଳତା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଅଳତାର ପ୍ରସ୍ତୁତି ପାନର ପତ୍ର କିମ୍ବା ଲାଖରୁ କରାଯାଇଥାଏ।

Leave A Reply