ଝାରସୁଗୁଡା ବିମାନ ବନ୍ଦରରୁ ଉଡାଣ ଭରିଲା ଆଲାଏନ୍ସ ଏୟାର ବିମାନ

ଝାରସୁଗୁଡା-କୋଲକାତା ମଧ୍ୟରେ ବିମାନ ଚଳାଚଳ ଆରମ୍ଭ

ଝାରସୁଗୁଡା : ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଦୁଇମାସ ପରେ ବିମାନସେବା ଆଜି ଠାରୁ ପୁଣି ଆରମ୍ଭ ହୋଇଛି । କୋଲକାତାରୁ ଆଲାଏନ୍ସ ଏୟାର ବିମାନ ବାହାରି ସକାଳ ୭ଟା ୩୫ରେ ଝାରସୁଗୁଡାରେ ପହଞ୍ଚିଥିଲା । କୋଲକାତାରୁ ଏହି ବିମାନରେ ୭ ଜଣ ଯାତ୍ରୀ ଝାରସୁଗୁଡା ଆସିଥିଲେ । ଏହା ପରେ ଝାରସୁଗୁଡାରୁ ୮ଟା ୧୦ରେ ୧୨ ଜଣ ଯାତ୍ରା ନେଇ ଭୁବନେଶ୍ବରରେ ଅଭିମୁଖେ ବିମାନ ଯାଇଥିଲା । ବିମାନ ଭୁବନେଶ୍ଵରରୁ ୯.୪୫ ରେ ବାହାରି ପୁଣି ଥରେ ଝାରସୁଗୁଡା ଅଭିମୁଖେ ଯାତ୍ରା କରିଛି । ଝାରସୁଗୁଡାରେ ୧୦.୫୦ରେ ପହଞ୍ଚିବ । ଏହାପରେ ଆଲାଏନ୍ସ ଏୟାର ବିମାନ ଝାରସୁଗୁଡାରୁ ୧୧ଟା ୩୦ରେ ବାହାରି ଦିନ ୧ଟାରେ କୋଲକାତାରେ ପହଞ୍ଚିବ ବିମାନ । ଏନେଇ ଏଲାଏନ୍ସ ଏୟାର ଷ୍ଟେସନ ମ୍ୟାନେଜର ଅଭିଜିତ୍ ଶତପଥୀ ସୂଚନା ଦେଇଛନ୍ତି ।

ଗତ ୨୫ ତାରିଖରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ସ୍ପାଇସ୍‌ ଜେଟ୍ କେବଳ ଝାରସୁଗୁଡାରୁ ହାଇଦ୍ରାବାଦ ଏବଂ ନୂଆଦିଲ୍ଲୀକୁ ବିମାନ ସେବା ଆରମ୍ଭ କରିଛି। କରୋନା ମୁକାବିଲା ପାଇଁ ବିମାନ ସେବା ସାମୟିକ ଭାବେ ବନ୍ଦ ରହିଥିଲା।

Comments are closed.