ବେନିୟମ ପଥର ବ୍ଲାଷ୍ଟିଂ ଅଭିଯୋଗରେ ତହସିଲଦାରଙ୍କ ଚଢଉ, ଜେସିପି ସହ ୪ ଟ୍ରାକ୍ଟର ଜବତ

କଲମପୁର : କଲମପୁର ତହସିଲ ଅଧିନସ୍ଥ ଭାଟିଗାଁରେ ରହିଛି ରାଜସ୍ୱ ବିଭାଗର ଏକ ପଥର କ୍ୱାରି। ଯେଉଁଥିରେ ପଥର ମାଫିଆଙ୍କ ଦ୍ୱାରା ରିତିମତ ବ୍ଲାଷ୍ଟିଂ କରାଯାଉଛି। ଯାହାକି ବେନିୟମ ଏବଂ ଅସୁରକ୍ଷିତ ମଧ୍ୟ। ପଥର କ୍ୱାରି ରୁ ବ୍ଲାଷ୍ଟିଂ ବେଳେ କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉ ନାହିଁ। ଯାହାକି ଜନ ଜୀବନ ପ୍ରତି ବିପଦ ରହିଛି। ଏହାସହ ବ୍ଲାଷ୍ଟିଂର ପ୍ରଭାବ କାରଣରୁ କିଛି ଘର ମଧ୍ୟ ଦୋହଲି ଯାଉଛି। ପଥର କ୍ୱାରି ନିକଟରେ ଜନ ବସତି ରହିଥିବାରୁ ଅନେକ ସମୟରେ ଦୁର୍ଘଟଣାର ଆଶଙ୍କା କରାଯାଉଛି। ଯଦି ଦୈବାତ ବ୍ଲାଷ୍ଟିଂ ବେଳେ କୌଣସି ଦୁର୍ଘଟଣା ହୁଏ ତେବେ ଦାୟୀ ରହିବ କିଏ ? ଏହାସହ ବେନିୟମ ପଥର ଚାଲାଣ ଦ୍ୱାରା ରାଜସ୍ୱ ବିଭାଗର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହାନୀ ହେଉଛି। ଏନେଇ ବାରମ୍ବାର ତହସିଲଦାରଙ୍କ ନିକଟରେ ଅଭିଯୋଗ ହେବା ପରେ ତହସିଲଦାର କରିଶ୍ମା ବେଶ୍ରା ବେନିୟମ ଭାବେ ବ୍ଲାଷ୍ଟିଂ ବେଳେ ପଥର କ୍ୱାରିରେ ଚଢାଉ କରିଥିଲେ। ଏହି ସମୟରେ ସେଠାରେ ଥିବା କିଛି ବ୍ଲାଷ୍ଟିଂ ସାମଗ୍ରୀ ସହିତ ୪ଟି ଟ୍ରାକ୍ଟର ଓ ଜେସିପି ମେସିନ କୁ ଜବତ କରିଛନ୍ତି। ଏହାସହ ଉକ୍ତ ବେନିୟମ ବ୍ଲାଷ୍ଟିଂ କାରବାରରେ ସଂଶ୍ଳିଷ୍ଟ ବ୍ୟକ୍ତିଙ୍କ ଠାରୁ ୬୦ ହଜାର ଟଙ୍କା ଜରିମନା ଅଦାୟ କରିଛନ୍ତି। ଏହି ଚଢାଉ ସମୟରେ ମଣ୍ଡଳ ରାଜସ୍ୱ ନିରୀକ୍ଷକ ମୁକ୍ତି କାନ୍ତ ଭୋଇ ମଧ୍ୟ ଉପସ୍ଥିତ ଥିଲେ।

ସୂଚନା ଯେ, ଗତ ଦୁଇ ଦିନ ତଳେ ଏହି ଅଂଚଳରୁ ବେନିୟମ ଭାବେ ବାଲି ଚୋରା ଚାଲାଣ ହେଉଥିବା ବେଳେ ରାଜସ୍ୱ ବିଭାଗ କର୍ମଚାରୀ ଦ୍ୱାରା ଜବତ ହେବା ଓ ପଥର କ୍ୱାରୀରେ ଚଢଉ ହେବା ଦ୍ୱାରା ବାଲି ମାଫିଆ ଓ ପଥର ମାଫିଆଙ୍କ ମନରେ ଛନକା ପସିଛି।

Comments
Loading...