ମହାପ୍ରସାଦ ନାମରେ ପିଜା ବିକ୍ରି, ଥାନାରେ ଅଭିଯୋଗ

ପୁରୀ : ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମହାପ୍ରସାଦ ନାମରେ ଏକ ସଂସ୍ଥା ପିଜା ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଖୁଣ୍ଟିଆ ସେବକ ଶମ୍ଭୁନାଥ ଖୁଣ୍ଟିଆ ରବିବାର ଏଥିନେଇ ସିଂହଦ୍ଵାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଲ ଇଣ୍ଡିଆ ଫୁଡ୍ ଡଟ୍. କମ୍ ନାମକ ଏକ ସଂସ୍ଥା ଏଭଳି କରୁଥିବା ଅଭିଯୋଗ ହୋଇଛି । ଏହାର ମାଲିକ ଭୁବନେଶ୍ଵରର ବୋଲି ଜଣାପଡ଼ିଛି । ଏହାଦ୍ବାରା ଭକ୍ତଙ୍କ ଧାର୍ମିକ ଭବାବେଗ କ୍ଷୁର୍ଣ୍ଣ ହେଉଥିବା ଶ୍ରୀ ଖୁଣ୍ଟିଆ ଅଭିଯୋଗ କରିଛନ୍ତି । ସିଂହଦ୍ୱାର ଥାନା ପୁଲିସ ଅଭିଯୋଗର ତଦନ୍ତ ଆରମ୍ଭ କରିଛି ।

ମହାପ୍ରସାଦ ନାମରେ ପିଜା ବିକ୍ରି କରୁଥିବା ସଂସ୍ଥା ମାଲିକଙ୍କ ସହ ହ୍ୱାଟ୍ସଆପ ମାଧ୍ୟମରେ ହୋଇଥିବା ବାର୍ତ୍ତାଳାପ ଶ୍ରୀ ଖୁଣ୍ଟିଆ ଥାନାରେ ଦାଖଲ କରିଛନ୍ତି ।  ଏହି ଘଟଣାକୁ ନେଇ ସେବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେବେ ରାତି ୧୨ ଟା ସୁଦ୍ଧା ପୁଲିସ ମୋକଦ୍ଦମା ରୁଜୁ କରି ନ ଥିବା ଜଣାପଡିଛି।

Comments are closed.