ଚିକିତ୍ସା ସୁବିଧା ନପାଇ ଅକାଳରେ ଜୀବନ ହାରିଲେ ଦଳିତ ମହିଳା : ମଲିଲାନି ଚାରିକାନ୍ଧ

 ସ୍ୱାମୀ ଓ ପୁଅ ହାତରେ ଉଠିଲା ଶବ, ହାତ ବାନ୍ଧି ବସିଲା ପ୍ରସାସନ

ଗଡ଼ମଧୁପୁର :  କରୋନାର ପ୍ରାଦୁର୍ଭାବ ଏବେ ଗାଁଠୁ ସହର ଯାଏ ବ୍ୟାପିଛି। କରୋନା ଭୟ ଏବେ ସମସ୍ତଙ୍କୁ ଘାରିଛି। ଏପରି ସମୟରେ ଧର୍ମଶାଳା ବ୍ଲକ ମହିଶରା ପଞ୍ଚାୟତର ଡଙ୍କାରୀ ଗ୍ରାମରେ ଏକ ଦୁଃଖଦ ଓ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି। ଖବର ଅନୁଯାଇ ସେହି ଗ୍ରାମର ଜଣେ ଦଳିତ ମହିଳା କରୋନାରେ ଅକ୍ରାନ୍ତ ହୋଇ ଚିକିତ୍ସା ସୁବିଧା ନପାଇ ଘରେ ପଡ଼ି ପଡ଼ି ଜୀବନ ହାରିଥିବା ଅଭିଯୋଗ ହୋଇଛି।

ସେହି ଗ୍ରାମର ସଞ୍ଜୁ ମଳିକ(୫୪) ସ୍ୱା-ସୁନାକର ମଳିକ ଗତ ତା ୨୨।୯। ୨୦ରିଖରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ନିଆ ଯାଇଥିଲା। ସେଠାରେ ତାଙ୍କର ଅଣ୍ଟିଜେନ ପରିକ୍ଷାରେ କରୋନା ପଜିଟିଭ ରହିଥିବା ଚିହ୍ନଟ ହେଲା ପରେ ସେଠାରେ ୨୬।୯ ପର୍ଯ୍ୟନ୍ତ ରହି ଚିକିତ୍ସିତ ହେଲା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ୧୦ଦିନ ହୋମ ଅସୋଲେସନରେ ରହିବା, ସାମାଜିକ ଦୁରତା ରକ୍ଷା ଓ ମାସ୍କ ବ୍ୟବହାର ପାଇଁ ଚିଠାରେ ଉଲେଖ କରାଯାଇ ଘରକୁ ପଠାଇ ଦିଆଯାଇଥିଲା। ଘରେ କିଛି ଦିନ ରହିବା ପରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଗତ ୩।୧୦ରେ ପୁନର୍ବାର କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ଯାଇଥିଲେ। ସେଠାରେ ଡାକ୍ତର ଦେଖାଇ କିଛି ଔଷଧ କିଣି ଅଣି ଘରେ ପଡ଼ିରହିଥିଲେ। ପରିବାରଟି ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଅର୍ଥାଭାବରୁ ଆଉ କୁଆଡେ ଯାଇପାରି ନଥିଲେ। ଶେଷରେ ଗୁରୁବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି। କରୋନା ଜନିତ ମୃତ୍ୟୁ କାରଣରୁ ଏହି ମହିଳାଙ୍କ ପାଇଁ ଚାରିକାନ୍ଧ ମିଳିନାହିଁ। ଗାଁର ଉଣା ଅଧିକେ ସମସ୍ତେ ଏ କଥା ଜାଣିଥିଲେ ମଧ୍ୟ କେହି ତାଙ୍କୁ ସହାୟତାର ହାତ ବଢାଇ ନଥିଲେ। ଅନେକ ସମୟ ମୃତଦେହ ପଡ଼ିରହିବା ପରେ ଶବ ଉଠାଇବା ପାଇଁ ପ୍ରଶାସନର ସହଯୋଗ ଲୋଡିଥିଲେ ପରିବାର ଲୋକେ। କିନ୍ତୁ ଅନେକ ସମୟ ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ତାଙ୍କ ଦୁଆରେ ପାଦ ରଖିନଥିଲେ ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ଦୀର୍ଘ ସମୟ ଧରି  ଘର ଭିତରେ ମୃତ ଦେହ ପଡ଼ି ରହିବାରୁ ନିରୁପାୟ ହୋଇ ସ୍ୱାମୀ ଓ ପୁଅ ଶେଷର ଶବ ସଂସ୍କାର କରିବାକୁ ଅଣ୍ଟା ଭିଡିଥିଲେ। କୋକେଇ ବନ୍ଧିଲେ ଚାରିଜଣର ଆବଶ୍ୟକତା ଥିବାରୁ କୋକେଇ ନବାନ୍ଧି ସ୍ୱାମୀ ମୁଣ୍ଡ ଆଡୁ ଧରିଥିବା ବେଳେ ପୁଅ ଗୋଡ ପଟୁ ଧରି ଗ୍ରାମ ଶ୍ମଶାନ ଅଭିମୁଖେ ବୋହି ନେଇଥିଲେ। ଶବ ସହିତ ବାପ ପୁଅଙ୍କ ବ୍ୟତୀତ କାହାରିକୁ ଦେଖିବାକୁ ମିଳିନଥିଲା। ଅର୍ଥ ଅଭାବରୁ ମୃତ ଦେହ ଦାହ ନକରି ପୋତି ଦେଇଥିଲେ।

ତେବେ ଜଣେ କରୋନା ଆକ୍ରାନ୍ତ ମହିଳାଙ୍କୁ କୋଭିଡ ହସପିଟାଲକୁ କାହିଁକି ନିଆ ଯାଇନଥିଲା ? ତାର ଶବକୁ ପ୍ରଶାସନ ନିଜ ହେପାଜତକୁ ନେଇ ଦାହ ସଂସ୍କର ନକରିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କରୋନା ଆକ୍ରନ୍ତ ଘରେ ରହି ମରିଥିବାରୁ ଗାଁରେ କୋକୁଆ ଭୟ ଖେଳିଯାଇଛି। ସୁନାକରଙ୍କ ମୁଣ୍ଡ ଉପରେ ଏକ ବଢିଲା ଝିଅର ବୋଝ ରହିଥିବାରୁ ତାଙ୍କୁ ସରକାରୀ ସହାୟତା ଦେବାକୁ ଦାବି ହୋଇଛି।

Comments are closed.