ନିର୍ବାଚନ ଘୁଞ୍ଚାଇବାକୁ ଆହ୍ଲାବାଦ ହାଇକୋର୍ଟଙ୍କ ଅପିଲ

ଆହ୍ଲାବାଦ: ନିର୍ବାଚନକୁ ନେଇ ସରଗରମ ଉତ୍ତରପ୍ରଦେଶ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ରାଜନୈତିକ ଦଳ ଚେଷ୍ଟାକରୁଥିବା ଦେଖିବାକୁ ମିଳିଲାଣି । ନିର୍ବାଚନକୁ ଦୃଷ୍ଟରେ ରଖି ଉତ୍ତର ପ୍ରଦେଶରେ ରାଲି ଓ ଜନସଭାର ଆୟୋଜନ ମଧ୍ୟ ଆରମ୍ଭ ହେଲାଣି । ହେଲେ ଏହାରି ଭିତରେ ରାଜନୈତିକ ଦଳ ମାନଙ୍କର ରାଲିକୁ ଦେଖି ଚିନ୍ତା ପ୍ରକଟ କରିଛନ୍ତି ହାଇକୋର୍ଟ । ଦେଶରେ ଲଗାତର ଭାବେ ବଢ଼ୁ୍‍ଥିବ ଓମିକ୍ରନ ସଂକ୍ରମଣକୁ ନଜରରେ ରଖି ହାଇକୋର୍ଟ ନିର୍ବାଚନ ଘୁଞ୍ଚାଇବାକୁ ସରକାର ଓ ନିର୍ବାଚନ କମିଶନଙ୍କୁ ଅପିଲ କରିଛନ୍ତି । ତାହାସହ ନିର୍ବାଚନରେ ରାଲି ନକରି ଟେଲିଭିଜନ ଓ ଖବରକାଗଜ ମାଧ୍ୟମରେ ପ୍ରଚାର କରିବାକୁ ପରାମର୍ଶ ଦେଇଛନ୍ତି । ରାଲି ଓ ଜନସମାଗମ ହୋବ ଦ୍ୱାରା ଓମିକ୍ରନ ସଂକ୍ରମଣ ବଢ଼ିବାର ସମ୍ଭବନା ରହିଛି । ଯାହା ଫଳରେ ସରକାର ଓ ନିର୍ବାଚନ କମିଶନଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ଅପିଲ କରାଯାଇଛି ।

Comments are closed.