ଭାରତ ବନ୍ଦ ପାଇଁ ବିଭିନ୍ନ ଜିିଲାରେ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

ଭୁବନେଶ୍ବର: ଆସନ୍ତାକାଲି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଗୁଡ଼ିକ ଭାରତ ବନ୍ଦ ଡାକରା ଦେଇଛନ୍ତି। ଏନଡିଏ ସରକାରଙ୍କ ଦମନକାରୀ ନୀତି ପ୍ରତିବାଦରେ ୧୦ଟି ଶ୍ରମିକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଉଥିବା ବେଳେ କଂଗ୍ରେସ ଦଳ ମଧ୍ୟ ଏହି ବନ୍ଦ ଡାକରାକୁ ସମର୍ଥନ ଦେଇଛି। ଏସବୁ ମଧ୍ୟରେ ଭାରତ ବନ୍ଦ ପ୍ରଭାବକୁ ଦୃଷ୍ଟିରେ ରଖି ଆଗୁଆ ସର୍ତକତାମୂଳକ ପଦକ୍ଷେପ ନେଇଛନ୍ତି ବିଭିନ୍ନ ଜିଲ୍ଲାପାଳ । ବନ୍ଦ ପାଳନ ବେଳେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାପାଳ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ଜଗତସିଂହପୁର, ଢେଙ୍କାନାଳ, ଗଞ୍ଜାମ, ଖୋର୍ଦ୍ଧା, ଗଜପତି ଜିିଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଜିିଲ୍ଲାପାଳ ।ସେହିଭଳି ଭୁବନେଶ୍ୱରର ସମସ୍ତ ଶିକ୍ଷାନୁଷ୍ଠାନକୁ  ଛୁଟି ଘୋଷଣା କରାଯାଇଛି ।

Comments are closed.