ତେଲଙ୍ଗାନାର ସର୍ବାଙ୍ଗୀନ ବିକାଶ କେନ୍ଦ୍ର ସରକାରଙ୍କ ପ୍ରାଥମିକତା : ପ୍ରଧାନମନ୍ତ୍ରୀ 

ସିକନ୍ଦରାବାଦ : କେନ୍ଦ୍ର ସରକାର ସମସ୍ତ ବର୍ଗର ଲୋକଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ସମସ୍ତ ଉଦ୍ୟମ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ରବିବାର ସିକନ୍ଦରାବାଦର ପ୍ୟାରେଡ ଗ୍ରାଉଣ୍ଡରୁ ତେଲଙ୍ଗାନାବାସୀଙ୍କୁ ଉଦବୋଧନ ଦେଇ ଶ୍ରୀ ମୋଦୀ ଡବଲ ଇଞ୍ଜିନ୍ ସରକାର ଉପରେ ଗୁରୁତ୍ୱାରୋପ କରିଛନ୍ତି । ଯାହା ଶୀଘ୍ର ବିକାଶ ତଥା ଜୀବନର ସହଜତାକୁ ସୁନିଶ୍ଚିତ କରିବ। ଡବଲ ଇଞ୍ଜିନ ସରକାର ଉନ୍ନତ ସେବା କରିପାରିବେ ବୋଲି ଅନେକ ରାଜ୍ୟରେ ଏହା ପ୍ରମାଣିତ ହୋଇଛି । ବିକାଶକୁ ତ୍ୱରାନ୍ୱିତ କରିବାକୁ ସରକାର ଉଦ୍ୟମ କରୁଥିବା ଦର୍ଶାଇ ସେ କହିଛନ୍ତି ଯେ ଗତଥର ନିର୍ବାଚନ ହେବା ପରଠାରୁ ତେଲେଙ୍ଗାନାର ଲୋକମାନେ ବିଜେପି ଉପରେ ଅଧିକ ଆତ୍ମବିଶ୍ୱାସ ପ୍ରଦର୍ଶନ କରୁଛନ୍ତି । ତେଲଙ୍ଗାନାର ସର୍ବାଙ୍ଗୀନ ବିକାଶ, କେନ୍ଦ୍ର ସରକାରଙ୍କ ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି।

ବିଭିନ୍ନ ସାମାଜିକ କ୍ଷେତ୍ରର ସଫଳତା ଉପରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସବୁବେଳେ ଗାଁ ଓ ସହର ସଡ଼କ ବିକାଶ ସହିତ ସଂଯୁକ୍ତ ହେବ ଏବଂ ଖୁବ ଶୀଘ୍ର ଏକ ରିଙ୍ଗ ରୋଡ୍ ଏକ ବାସ୍ତବତାର ରୂପ ନେବ।

Comments are closed.