ପଶ୍ଚିମବଙ୍ଗରେ ଜୁନ୍ ୧ରୁ ଖୋଲିବ ସମସ୍ତ ଧାର୍ମିକ ପ୍ରତିଷ୍ଠାନ

କୋଲକାତା : ମାର୍ଚ୍ଚ ୨୩ ତାରିଖରୁ ଆରମ୍ଭ ହୋଇଥିବା ୪ର୍ଥ ପର୍ଯ୍ୟାୟ ଲକ୍ଡ଼ାଉନ ଆସନ୍ତା ମେ ୩୧ରେ ଶେଷ ହେବ। ଏହାପରେ ପୁଣି ଲକ୍ ଡ଼ାଉନ ଆରମ୍ଭ ହେବ କି ନାହିଁ ତାହା ନେଇ ଚାଲିଛି ବିଚାରବିମର୍ଷ । ଏହି ସମୟରେ ଜୁନ ପହିଲାରୁ ପଶ୍ଚିମବଙ୍ଗରେ ସମସ୍ତ ଧାର୍ମିକ ପ୍ରତିଷ୍ଠାନ ତଥା ପୂଜାପାଠ, ମନ୍ଦିର, ମସଜିଦ, ଗୁରୁଦ୍ୱାର ଖୋଲିବାକୁ ନେଇ ସୂଚନା ମିଳିଛି।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନେଇ ସୂଚନା ଦେଇଛନ୍ତି। ମମତା କହିଛନ୍ତି ଯେ, ପଶ୍ଚିମବଙ୍ଗରେ ସମସ୍ତ ପୂଜାପାଠ, ମନ୍ଦିର, ମସଜିଦ, ଗୁରୁଦ୍ୱାର ଜୁନ ୧ରୁ ଖୋଲାଯିବ। ୧ ଜୁନ୍ ଠାରୁ ସକାଳ ୧୦ ଟାରୁ ସମସ୍ତ ଧାର୍ମିକ ସ୍ଥାନ ଖୋଲାଯିବ। ଏହା ସହିତ ଧାର୍ମିକ ସ୍ଥାନରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ହେବା ଉଚିତ୍। ମୁଁ ଆଶା କରୁଛି ଭାରତ ସରକାର ମଧ୍ୟ ଏହାକୁ ଗ୍ରହଣ କରିବେ। କିନ୍ତୁ ଧାର୍ମିକ ପ୍ରତିଷ୍ଠାନମାନଙ୍କରେ ୧୦ ରୁ ଅଧିକ ଲୋକଙ୍କୁ ଅନୁମତି ଦିଆଯିବ ନାହିଁ କିମ୍ବା ଧାର୍ମିକ ସ୍ଥାନରେ କୌଣସି ସମାବେଶ ହେବ ନାହିଁ ବୋଲି ମମତା କହିଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୭ହଜାର ୪୬୬ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏବଂ ୧୭୫ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ସମଗ୍ର ଦେଶରେ କରୋନା ପଜିଟିଭ ସଂଖ୍ୟା ୧,୬୫,୭୯୯ କୁ ବୃଦ୍ଧି ପାଇଛି।

Comments are closed.