ସବୁ ପାସେଞ୍ଜର ଟ୍ରେନ ସେବା ଅନିର୍ଦିଷ୍ଟ କାଳ ପାଇଁ ବାତିଲ୍

ନୂଆଦିଲ୍ଲୀ: ରେଳବାଇ ଦେଶରେ ଚାଲିଥିବା ସମସ୍ତ ପାସେଞ୍ଜର ଟ୍ରେନକୁ ଅନିର୍ଦିଷ୍ଟ କାଳ ପାଇଁ ବାତିଲ କରିଛି । ତେବେ ୨୩୦ ସ୍ବତନ୍ତ୍ର ଟ୍ରେନ୍ ସେବା ପୂର୍ବ ପରି ଅବ୍ୟାହତ ରହିବ ବୋଲି ସୂଚନା ମିଳିଛି ।  ୧୨ଟି ରାଜଧାନୀ ସ୍ବତନ୍ତ୍ର ଟ୍ରେନ୍ ସେବା ମେ ୧୨ ତାରିଖରୁ ଚାଲିଥିବାବେଳେ ୧୦୦ ଯୋଡ଼ା ଟ୍ରେନ୍ ଜୁନ୍ ୧ ତାରିଖରୁ ଚାଲିଛି । ନିୟମିତ ଯାତ୍ରୀବାହୀ ଏବଂ ଉପାନ୍ତ ସହର ଟ୍ରେନ୍ ସେବା ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସ୍ଥଗିତ ରହିବ ବୋଲି ରେଳ ବିଭାଗର ଏକ ବିବୃତିରେ କୁହାଯାଇଛି।

ଅନିର୍ଦ୍ଦିଷ୍ଟ କାଳ ପାଇଁ ଯାତ୍ରୀବାହୀ ଟ୍ରେନ୍ ସ୍ଥଗିତ ରହିବା ସହିତ ଭାରତୀୟ ରେଳବାଇ ଏହି ଆର୍ଥିକ ବର୍ଷ ପାଇଁ ଯାତ୍ରୀ ବ୍ୟବସାୟରେ ପ୍ରାୟ ୪୦,୦୦୦ କୋଟି ଟଙ୍କା କ୍ଷତି ହୋଇଥିବା ଆକଳନ କରିଛି।

Comments are closed.