ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ୧୮ରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ଵର : ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ ଆସନ୍ତା ୧୮ ତାରିଖରେ ବସିବ ସର୍ବଦଳୀୟ ବୈଠକ। କରୋନା କଟକଣା ମଧ୍ୟରେ କିପରି ବିଧାନସଭାର ଶୀତକାଳୀନ ଅଧିବେଶନ ପରିଚାଳନା କରାଯିବ ସେନେଇ ସମସ୍ତ ଦଳର ବିଧାୟକମାନଙ୍କ ସହ ଆଲୋଚନା ପାଇଁ ଆସନ୍ତା ୧୮ ତାରିଖରେ ସର୍ବଦଳୀୟ ବୈଠକ ଡକାଇଛନ୍ତି ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର । ସକାଳ ୧୧ଟାରେ ବସିବ ଏହି ସର୍ବଦଳୀୟ ବୈଠକ ।

କରୋନା କଟକଣା ମଧ୍ୟରେ କିପରି ବିଧାନସଭା ପରିଚାଳନା କରାଯିବ। ମୁଖ୍ୟତଃ ଚଳିତ ଅଧିବେଶନରେ ଗୃହ ଭିତରେ ତାରକା ପ୍ରଶ୍ନ ଉପରେ ଆଲୋଚନା ହେବ ନା ନାହିଁ ସେ ନେଇ ମତାମତ ନିଆଯିବ । ସେହିଦିନ ନବନିର୍ବାଚିତ ଦୁଇ ନୂଆ ବିଧାୟକ ବିଜୟ ଶଙ୍କର ଦାସ ଓ ସ୍ୱରୂପ ଦାସ ଶପଥ ନେବେ । ଏଥର ମଧ୍ୟ ବିଧାନସଭାରେ ଗୋଟିଏ ପ୍ରସଙ୍ଗରେ ଦୁଇ ଦିନ ମୁଲତବୀ ପ୍ରସ୍ତାବ ଆଲୋଚନା ଆସି ପାରିବ ନାହିଁ । ତେବେ ଗତ ଅଧିବେଶନ ପରି ଚାଲିବ ଅଧିବେଶନ । ଦୈନିକ ୨ଟି ପର୍ଯ୍ୟାୟରେ ଚାଲିବ ଗୃହକାର୍ଯ୍ୟ । ନଭେମ୍ବର ୨୦ରୁ ଆରମ୍ଭ ହେବାକୁ ଥିବା ବିଧାନସଭାର ଶୀତ ଅଧିବେଶନ ଡିସେମ୍ବର ୩୧ ଯାଏଁ ଚାଲିବ । ଶୀତ ଅଧିବେଶନର ପ୍ରଥମ ଦିନରେ ଉପସ୍ଥାପନ ହେବ ଅତିରିକ୍ତ ବଜେଟ । ତେବେ ଶୀତ ଅଧିବେଶନରେ ୪୦ଟି କାର୍ଯ୍ୟ ଦିବସ ରହିବ ।

Comments are closed.