ଆରମ୍ଭ ହେଲା ସର୍ବଭାରତୀୟ ପୁଲିସ ହକି ଚାମ୍ପିୟନଶିପ୍‌; ଭାଗ ନେଇଛନ୍ତି ୨୫ ଦଳ ଓ ୫୦୦ ପ୍ରତିଯୋଗୀ

ଭୁବନେଶ୍ଵର: ସର୍ବଭାରତୀୟ ପୁଲିସ ହକି ଚାମ୍ପିୟନଶିପ୍‌ ସୋମବାରଠାରୁ ଭୁବନେଶ୍ଵରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଓଡ଼ିଶା ପୁଲିସ ଆନୁକୂଲ୍ୟରେ ଆୟୋଜିତ ଏହି ୬୮ତମ ଚାମ୍ପିୟନଶିପକୁ ଡିଜିପି ଅଭୟ ଉଦ୍‌ଘାଟନ କରିଛନ୍ତି। ଚାମ୍ପିୟନଶିପରେ ବିଭିନ୍ନ ରାଜ୍ୟ ପୁଲିସ ଏବଂ କେନ୍ଦ୍ରୀୟ ବଳରୁ ଅନ୍ୟୂନ ୨୫ଟି ଦଳ ଏବଂ ୫୦୦ ପ୍ରତିଯୋଗୀଙ୍କ ସମେତ ୨୦୦ କ୍ରୀଡ଼ା ପ୍ରଶାସକ ଅଂଶଗ୍ରହଣ କରୁଛନ୍ତି। ମ୍ୟାଚଗୁଡ଼ିକ ଲିଗ୍‌ କମ୍‌ ନକ୍‌ଆଉଟ୍‌ ଭିତ୍ତିରେ ଖେଳାଯିବ। ୨୦ ତାରିଖ ପର୍ଯ୍ୟନ୍ତ ଲିଗ୍‌ ମ୍ୟାଚ ଅନୁଷ୍ଠିତ ହେବାକୁ ଥିବାବେଳେ ୨୧ରୁ ୨୩ ତାରିଖ ଯାଏ କ୍ବାର୍ଟର ଫାଇନାଲ ଏବଂ ୨୪ ତାରିଖରେ ଫାଇନାଲ ମ୍ୟାଚ ହେବ।

ଗତ ରବିବାର ଡିଜିପି ଅଭୟ ଚାମ୍ପିୟନଶିପର ଲୋଗୋକୁ ଉନ୍ମୋଚନ କରିଥିଲେ। ପ୍ରତିଯୋଗିତାକୁ ସଫଳ ଭାବେ ପରିଚାଳନା କରିବା ଲାଗି ବିଭିନ୍ନ କମିଟି ଗଠନ କରାଯାଇଛି।

Comments are closed.