କରୋନା ପାଇଁ ଓପିଏସସିର ସମସ୍ତ ଲିଖିତ ଓ ମୌଖିକ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର : ରାଜ୍ୟରେ କରୋନା ଭାଇରସ ସଂକ୍ରମଣ ପାଇଁ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ ସମସ୍ତ ଲିଖିତ ଓ ମୌଖିକ (ଭାଇଭା) ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତି ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ସ୍ଥଗିତାଦେଶ ବଳବତ୍ତର ରହିବ ବୋଲି ଓପିଏସସି କାର୍ଯ୍ୟାଳୟ ସୂତ୍ରରୁ ବୁଧବାର ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।

ଉଲ୍ଲେଖ ଯୋଗ୍ୟ, ବିଶ୍ବରେ କରୋନା ଭୂତାଣୁ(ଭାଇରସ୍) ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ୮୨୫ରେ ପହଞ୍ଚିଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷରୁ ଅଧିକ ହୋଇଛି। ଏଥିରୁ ଚୀନରେ ସର୍ବାଧିକ ୮୦ହଜାର ୮୯୪ଜଣ ସଂକ୍ରମିତ ହୋଇଥିବାବେଳେ ଇଟାଲୀରେ ୩୧ହଜାର ୫୦୬ଜଣ ସଂକ୍ରମିତ ହୋଇଛନ୍ତି। ଇତିମଧ୍ୟରେ ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୨ପହଞ୍ଚିଛି। ଭାରତରେ ମୋଟ ମୃତକଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ଭାରତରେ କରୋନା ସଂକ୍ରମଣ ଏବେ ଦ୍ବିତୀୟ ପର୍ୟ୍ୟାୟ (ଷ୍ଟେଜ-୨)ରେ ରହିଛି। ଏହା ଯେପରି ଷ୍ଟେଜ-୩କୁ ନ ଯିବ ସେଥିପାଇଁ କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାରଙ୍କ ତରଫରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ସହିତ ଲୋକମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି।

Comments are closed.