ଗଞ୍ଜାମରେ ନୂଆ ରେକର୍ଡ, ଆଜି ସବୁ କରୋନା ରିପୋର୍ଟ ନେଗେଟିଭ୍

ବ୍ରହ୍ମପୁର: ଆଜି ଗଞ୍ଜାମରେ ସବୁ କରୋନା ରିପୋର୍ଟ ଆସିଛି ନେଗେଟିଭ୍‌। ଆଜି ହୋଇଥିବା ୩୫୯୭ଟି ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ ସବୁ ନେଗେଟିଭ୍‌ ଆସିଛି। ପ୍ରଥମଥର ପାଇଁ ଗଞ୍ଜାମରେ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟରେ ସବୁ ରିପୋର୍ଟ ନେଗେଟିଭ୍‌ ଆସିଛି ବୋଲି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
କରୋନା ମୁକାବିଲାରେ ଆଉ ଏକ ରେକର୍ଡ କରିଛି ଗଞ୍ଜାମ ଜିଲା। ଆଜି ଜିଲାରେ କରୋନା ଲକ୍ଷଣ ଥିବା ୩୫୯୭ ଜଣଙ୍କ ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା। ସେଥିରୁ ଜଣଙ୍କ ଠାରେ ମଧ୍ୟ ପଜିଟିଭ ବାହାରି ନାହିଁ ା ଫଳରେ ଜିଲାରେ ଦୈନିକ ପଜିଟିଭ ସଂଖ୍ୟା ଆଜି ଶୂନ ହୋଇ ଯାଇଛି ା ଏହା କରୋନା ଯୋଦ୍ଧାଙ୍କ ଯୋଗୁ ହିଁ ସମ୍ଭବ ହୋଇପାରିଛି ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି ା
ଗଞ୍ଜାମରେ ଆଜି ପର୍ୟ୍ୟନ୍ତ ମୋଟ ୫ ଲକ୍ଷ ୭୭ ହଜାର ୭୧୦ ଜଣଙ୍କ ରାପିଡ ଆଣ୍ଟିଜେନ ଟେଷ୍ଟ କରାଯାଇ ସାରିଛି ା ଅଗଷ୍ଟରେ ଦୈନିକ ୧୦ ହଜାର ଲୋକଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଉଥିବା ବେଳେ ଧିରେ ଧିରେ ଏହି ସଂଖ୍ୟା କମି ଆଜି ପାଖାପାଖି ୪ ହାଜରରେ ପହଞ୍ଚିଛି ା ଗତକାଲି ଅର୍ଥାତ ୮ ତାରିଖରେ ଗଞ୍ଜାମରେ ୩୪୧୮ଟି ଆଣ୍ଟିଜେନ ପରୀକ୍ଷା ହୋଇଥିବା ବେଳେ ସେଥିରୁ ୧୫ ଜଣଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲା ା ୭ ତାରିଖରେ ୩୬୫୫ ରାପିଡ ଆଣ୍ଟିଜେନ ପରୀକ୍ଷା ହୋଇଥିବା ବେଳେ ସେଥିରୁ ୧୭ ଜଣ, ୬ ତାରିଖରେ ୩୫୭୭ ଜଣଙ୍କ ପରୀକ୍ଷାରୁ ୨୧ ଜଣ, ୫ ତାରିଖରେ ୩୯୮୦ ପରୀକ୍ଷାରୁ ୨୬ ଜଣ ଓ ୪ ତାରିଖରେ ୪୨୫୪ଟି ପରୀକ୍ଷାରୁ ୨୩ ଜଣଙ୍କଠାରେ ପଜିଟିଭ ଚିହ୍ନଟ ହୋଇଥିଲା ା ଗଞ୍ଜାମ ଜିଲାରେ ଥିବା ୪ଟି ଡେଡିକେଟେଡ କୋଭିଡ କେୟାର ସେଣ୍ଟର ଓ କୋଭିଡ ହସପିଟାଲ ସହ ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରତ୍ୟେକ ଦିନ ଶହଶହ ଲୋକଙ୍କ ଆଣ୍ଟିଜେନ ପରୀକ୍ଷା କରାଯାଉଛି ା ଏମେକସିଜି ମେଡିକାଲ କଲେଜରେ କିନ୍ତୁ ଉଭୟ ଆଣ୍ଟିଜେନ ସହ ଆରଟିପିସିଆର ପରୀକ୍ଷା ଜାରି ରହିଛି ା ଆଜି ଗୋଟିଏ ଦିନରେ ଏମକେସିଜି ମେଡିକାଲ​‌େ​ର ହୋଇଥିବା ହାତଗଣତି କିଛି ଆରଟିପିସିଆର ପରୀକ୍ଷାକୁ ବାଦ ଦେଲେ ଜିଲାର ଅନ୍ୟ ସମସ୍ତ ସ୍ଥାନରେ ହୋଇଥିବା ୩୫୯୭ଟି ଆଣ୍ଟିଜେନ ପରୀକ୍ଷାରୁ ଗୋଟିଏ ବି ପଜିଟିଭ ବାହାରିନାହିଁ ା ଜିଲାରେ ପ୍ରଥମ ଥର ପାଇଁ ଆଣ୍ଟିଜେନ ପରୀକ୍ଷାରେ ଶୂନ ପଜିଟିଭ ରହିଛି ବୋଲି ଜିଲା ପ୍ରଶାସନ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି ା ଏହାର ସମସ୍ତ ଶ୍ରେୟ ଜିଲାର କୋଭିଡ ଯୋଦ୍ଧାଙ୍କୁ ଯାଉଛି ବୋଲି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

Comments are closed.