ଜାନୁଆରି ପହିଲାରୁ ଭାରତର ଯେକୌଣସି ସ୍ଥାନରେ ଯେକୌଣସି ନେଟ୍‌ୱର୍କକୁ ଜିଓ କଲ୍ ନିଶୁଳ୍କ 

ଭୁବନେଶ୍ୱର: ଜିଓ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଆସନ୍ତା କାଲି ଅର୍ଥାତ ଜାନୁଆରୀ ୧ ତାରିଖରୁ ଦେଶର ଯେ କୌଣସି ସ୍ଥାନ ଓ ଯେ କୌଣସି ନେଟୱାର୍କକୁ ଜିଓ ଦେବ ମାଗଣା କଲ ସୁବିଧା । ଅର୍ଥାତ୍ ନିଜ ନେଟୱାର୍କ ସହ ଅନ୍ୟ ନେଟୱାର୍କକୁ କଲ କଲେ ଏଥିପାଇଁ କୌଣସି ଅତିରିକ୍ତ ଦେୟ ବା ଶୁଳ୍କ ଦେବାକୁ ପଡ଼ିବ ନାହିଁ ।

ଜିଓ ପକ୍ଷରୁ କୁହାଯାଇଛି ଯେ   ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ନିର୍ଦେଶାନୁସାରେ ବିଲ୍ ଓ କିପ୍ ନିୟମକୁ ୨୦୨୧ ଜାନୁଆରି ପହିଲାରୁ ଦେଶରେ କାର୍ଯ୍ୟକାରୀ କରାଯାଉଛି, ତେଣୁ ଦେଶ ଭିତରେ ଭଏସ୍ କଲ୍ ଉପରେ ଲାଗୁ ହେଉଥିବା ଇଟଂରକନେକ୍ଟ ୟୁସେଜ୍ ଚାର୍ଜ (ଆଇୟୁସି) ସମାପ୍ତ ହୋଇଛି । ଆଇୟୁସି ଶୁଳ୍କ ଉଚ୍ଛେଦ ହେଲେ ଅନ୍ୟ ନେଟ୍‌ୱର୍କକୁ ଦେଶ ଭିତରେ ଭଏସ୍ କଲ୍ ଉପରେ ରହିଥିବା ଚାର୍ଜ ପ୍ରତ୍ୟାହାର କରି ଶୂନ କରିବ ବୋଲି ଜିଓ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହାକୁ ସମ୍ମାନ ଜଣାଇ ଏହା ପୁଣି ଥରେ ଅଫ୍‌-ନେଟ୍ ବା ଅନ୍ୟ ନେଟ୍‌ୱର୍କକୁ ହେଉଥିବା ସ୍ଥାନୀୟ ବା ଦେଶ ମଧ୍ୟର ସମସ୍ତ ଭଏସ୍ କଲ୍‌କୁ ୨୦୨୧ ଜାନୁଆରି ୧ରୁ ନିଶୁଳ୍କ କରାଯିବା ଘୋଷଣା କରାଯାଇଛି । ଜିଓ ନେଟ୍‌ୱର୍କରେ ଅନ୍‌-ନେଟ୍ ଭଏସ୍ କଲ୍ ପୂର୍ବରୁ ସର୍ବଦା ସମ୍ପୂର୍ଣ୍ଣ ମାଗଣା ରହିଛି ।

୨୦୧୯ ସେପ୍ଟେମ୍ବରରେ ଯେତେବେଳେ ଟ୍ରାଇ ପକ୍ଷରୁ ବିଲ୍ ଆଣ୍ଡ୍ କିପ୍ ନିୟମ ଲାଗୁ କରିବାର ସମୟ ସୀମାକୁ ୧ ଜାନୁଆରି ୨୦୨୦ ରୁ ଆଗକୁ ବୃଦ୍ଧି କରାଗଲା, ଜିଓ ସେତେବେଳେ ଅନ୍ୟ କୌଣସି ବିକଳ୍ପ ନପାଇ ଅଫ୍‌-ନେଟ୍ ଭଏସ୍ କଲ୍ ପାଇଁ ଗ୍ରାହକଙ୍କ ଉପରେ ଶୁଳ୍କ ଲଗାଇଥିଲା ଯାହାର ମୂଲ୍ୟ ଲାଗୁ ହେଉଥିବା ଆଇୟୁସି ଚାର୍ଜ ସହ ସମାନ ଥିଲା । ଏହି ପଦକ୍ଷେପ ଗ୍ରହଣ କରିବା ସହିତ ଗ୍ରାହକମାନଙ୍କୁ ଜିଓ ପ୍ରତିଶ୍ରୁତି ଦେଇଥିଲା ଯେ କେବଳ ଯେତେଦିନ ପର୍ଯ୍ୟନ୍ତ ଟ୍ରାଇ ପକ୍ଷରୁ ଆଇୟୁସି ଶୁଳ୍କ ବ୍ୟବସ୍ଥା ଲାଗୁ ରହିବ ସେହି ସମୟ ପର୍ଯ୍ୟନ୍ତ ଏହି ଶୁଳ୍କ ଜାରି ରହିବ । ଆଜି ଜିଓ ସେହି ପ୍ରତିଶ୍ରୁତିକୁ ପାଳନ କରିଛି ଏବଂ ଅଫ୍‌-ନେଟ୍ ଭଏସ୍ କଲ୍‌କୁ ପୁଣି ଥରେ ମାଗଣା କରିଛି ।

Comments are closed.