ଶନିବାରଠାରୁ ଭାରତ ଓ ବ୍ରିଟେନ୍‍ ମଧ୍ୟରେ ଏୟାର ଇଣ୍ଡିଆ ବିମାନ ଚଳାଚଳ ବାତିଲ

ଚଳିତମାସ ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା

ନୂଆଦିଲ୍ଲୀ :  ଏୟାର ଇଣ୍ଡିଆ ଭାରତ ଓ ବ୍ରିଟେନ୍‍ ମଧ୍ୟରେ ସବୁ ବିମାନ ଚଳାଚଳକୁ ଆସନ୍ତା ଶନିବାରରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ବାତିଲ କରିଛି  ସରକାରଙ୍କ ତରଫରୁ ନୂଆ କଟକଣା ଜାରି କରାଯିବା ପରେ ଏୟାର ଇଣ୍ଡିଆ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ପୁନଃ ସମୟ ନିର୍ଦ୍ଧାରଣ, ଯାତ୍ରୀମାନଙ୍କର ଟିକେଟ୍‍ ଅର୍ଥ ଫେରସ୍ତ ଓ ରିହାତି ସଂକ୍ରାନ୍ତରେ ଜଣାଇ ଦିଆଯିବ ।  ଏୟାର ଇଣ୍ଡିଆ ମଧ୍ୟ କହିଛି ସପ୍ତାହକୁ ଥରେ ଦିଲ୍ଲୀରୁ ଲଣ୍ଡନ ଏବଂ ମୁମ୍ବାଇରୁ ଲଣ୍ଡନ ମଧ୍ୟରେ ବିମାନ ଚଳାଚଳ କରିବ । ଏୟାର ଇଣ୍ଡିଆ
ଦିଲ୍ଲୀ, ମୁମ୍ବାଇ ଓ ବ୍ରିଟେନ୍‍ ମଧ୍ୟରେ ବିମାନ ଚଳାଚଳ ସଂକ୍ରାନ୍ତରେ ବିଭିନ୍ନ ଗଣମାଧ୍ୟମ ଓ ସାର୍ବଜନୀନ ୱେବ୍‍ସାଇଟରେ ସୂଚନା ପ୍ରକାଶ କରାଯିବ ବୋଲି ଏୟାର ଇଣ୍ଡିଆ କହିଛି ।

Comments are closed.