ଚନ୍ଦ୍ରରୁ ଆସିଥିଲେ ଏଲିଏନ୍ସ!

0

ଲଣ୍ଡନ: ହ୍ରିତିକ୍‍ ରୋଶନ୍‍ଙ୍କ ଅଭିନୀତ ‘କୋଇ ମିଲ୍‍ ଗେୟା’ର ଅଦ୍ଭୁତ ଜୀବ ଏଲିଏନ୍ସ ବିଷୟରେ ଆମେ ଦେଖିଥିôଲେ ବା ଶୁଣିଥିଲେ। ଅନ୍ୟଗ୍ରହରୁ ଆସିଥିବା ସେହି ଅଦ୍ଭୁତ ପ୍ରାଣୀ ପାଖରେ ଅନେକ ଚମତ୍କାର ଶକ୍ତି ବିଷୟରେ ବିିଭିନ୍ନ ଗପ ବହି ଓ ସିନେମାରେ କୁହାଯାଇଛି। କିନ୍ତୁ ସେମାନେ କେଉଁ ଗ୍ରହର ବାସିନ୍ଦା ସେ ସମ୍ପର୍କରେ କୌଣସି ନିର୍ଦିଷ୍ଟ ତଥ୍ୟ ମିଳି ନଥିବାରୁ ଏଲିଏନ୍ସମାନଙ୍କୁ କାଳ୍ପନିକ ବୋଲି କୁହାଯାଉଥିଲା। ଏବେ ସେମାନଙ୍କର ବାସସ୍ଥଳୀ ବିଷୟରେ ଗବେଷକମାନେ କେତେକ ପ୍ରମାଣ ଯୋଗାଡ଼ କରିପାରିଛନ୍ତି।
ଲଣ୍ଡନ ବିଶ୍ୱବିଦ୍ୟାଳୟର ଦୁଇଜଣ ଅନ୍ତରୀକ୍ଷ ବିଜ୍ଞାନୀଙ୍କ କହିବା ଅନୁଯାୟୀ ଏଲିଏନ୍ସମାନେ ଚନ୍ଦ୍ରର ମୂଳ ବାସିନ୍ଦା। ପ୍ରାୟ ୪୦୦ କୋଟି ବର୍ଷ ପୂର୍ବେ ମହାଜାଗତିକ ବିସ୍ଫୋରଣ ପରେ ଯେଉଁ ପରିବେଶ ସୃଷ୍ଟି ହୋଇଥିଲା ସେଥିରୁ ଏଲିଏନ୍ସମାନେ ଜନ୍ମ ନେଇଥିଲେ ବୋଲି ସେମାନେ କହିଛନ୍ତି। ସେହି ସମୟରେ ଚନ୍ଦ୍ରରେ ଉତ୍ତପ୍ତ ବାଷ୍ପର ଆସ୍ତରଣ ଓ ବାଷ୍ପୀୟ ବଳୟ ସୃଷ୍ଟି ହୋଇଥିଲା। ଚନ୍ଦ୍ରପୃଷ୍ଠରେ ଚୁମ୍ବକୀୟ ଶକ୍ତିର ପ୍ରଭାବ ଅଧିକ ଥିବା ଯୋଗୁଁ ସୂର୍ଯ୍ୟଙ୍କ ବିକିରଣ ରଶ୍ମୀ ଚନ୍ଦ୍ରର ବାୟୁମଣ୍ଡଳରେ ପ୍ରବେଶ କରିପାରୁ ନ ଥିଲା। ସେହିସବୁ ସ୍ଥିତି ଏଲିଏନଙ୍କ ଉତ୍ପତ୍ତିରେ ସହାୟକ ହୋଇଥିଲା।

Leave A Reply