ରଣବୀର-ଆଲିୟାଙ୍କ ଯୋଡ଼ିକୁ ଆଉ ଏକ ଅଫର୍‍ !

ମୁମ୍ବଇ : ଗଲିବୟର ସଫଳତା ପରେ ରଣବୀର ସିଂହ ଓ ଆଲିୟା ଭଟ୍ଟ କରଣ ଜୋହରଙ୍କ ଆଗାମୀ ଚଳଚ୍ଚିତ୍ର ‘ତଖ୍‍ତ’ ରେ ନଜର ଆସିବେ। ଏହା ବ୍ୟତୀତ ଏହି ଯୋଡ଼ିକୁ ଆଉ ଏକ ପ୍ରୋଜେକ୍ଟର ଅଫର ମିଳିଛି ବୋଲି ସୂଚନା ମିଳିଛି। ଆଲିୟା-ରଣବୀରଙ୍କୁ ଆଉ ଏକ ପ୍ରୋଜେକ୍ଟ ପାଇଁ ଚୁକ୍ତି କରାଯାଇଛି। ଏହା ଏକ ପ୍ରସିଦ୍ଧ ବ୍ୟାନର ଅଧିନରେ ନିର୍ମାଣ ହେବାକୁ ଥିବା ବଡ଼ ବଜେଟ୍‍ ଚଳଚ୍ଚିତ୍ର ହେବ ବୋଲି ଜଣାପଡ଼ିଛି। ମାତ୍ର ଚଳଚ୍ଚିତ୍ରର ନାଁ କିମ୍ବା ତା ସହ ଜଡ଼ିତ ଅନ୍ୟ କୌଣସି ତଥ୍ୟ ଏଯାବତ୍‍ ଜଣାପଡ଼ିନାହିଁ।

Comments are closed.