ସଞ୍ଜୟ ଲୀଲା ଭଂସାଲିଙ୍କ ଆଗାମୀ ଚଳଚ୍ଚିତ୍ରରେ ନଜର ଆସିବେ ଆଲିଆ

ମୁମ୍ବଇ : ବଲିଉଡ଼ର ଜଣାଶୁଣା ନିର୍ମାତା ତଥା ନିର୍ଦେଶକ ସଞ୍ଜୟ ଲୀଲା ଭଂସାଲିଙ୍କ ଆଗାମୀ ଚଳଚ୍ଚିତ୍ରରେ ବଲିଉଡର ଆଗଧାଡିର ନାୟିକା ଆଲିଆ ଭଟ୍ଟ ନଜର ଆସିବେ। ଏନେଇ ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ବୁଧବାର ଟ୍ବିଟ୍ କରି ସୂଚନା ଦେଇଛନ୍ତି।

ଖୁବଶୀଘ୍ର ଭଂସାଲିଙ୍କ ନିର୍ଦେଶନାରେ ଚଳଚ୍ଚିତ୍ର “ଗଙ୍ଗୁବାଇ କଥାଇବାଡି”ର ଶୁଟିଂ ଆରମ୍ଭ ହେବ। ଏଥିରେ ଆଲିଆ ଭଟ୍ଟ ମୂଖ୍ୟ ଚରିତ୍ରରେ ଅଭିନୟ କରିବେ। ଏହା ଆଲିଆଙ୍କର ଏପର୍ଯ୍ୟନ୍ତ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରମାନଙ୍କ ମଧ୍ୟରେ ଶ୍ରେଷ୍ଠ ଚଳଚ୍ଚିତ୍ର ହୋଇପାରେ ବୋଲି ଅନୁମାନ କରାଯାଉଛି। ଏହି ଚଳଚ୍ଚିତ୍ର ୨୦୨୦ମସିହା ସେପ୍ଟେମ୍ବର ୨୦ରେ ମୁକ୍ତିଲାଭ କରିବ।

Comments are closed.