ଅଲୀ ଫଜଲ୍ ୮ହଜାର ଟଙ୍କା ପାଉଣାରେ କାମ କରିଥିଲେ

ଆଜିକାଲି ଗ୍ରୀସ୍‌ରେ ଛୁଟି କାଟୁଛନ୍ତି ଅଭିନେତର ଅଲୀ ଫଜଲ୍। ସାଥିରେ ତାଙ୍କ ବାନ୍ଧବୀ ରିଚା ଚଢ଼ା ମଧ୍ୟ ଅଛନ୍ତି। ୩୪ ବର୍ଷୀୟ ଅଲୀ ଏବେ ବଲିଉଡର ଜଣେ ଆଗଧାଡ଼ିର କଳାକାର। ମିର୍ଜାପୁର ୱେବ୍ ସିରିଜ୍‌ର ଗୁଡ଼୍ଡୁ ପଣ୍ଡିତର ନିଖୁଣ ଅଭିନୟ ପାଇଁ ପ୍ରଶଂସକଙ୍କର ଅଧିକ ପ୍ରିୟ ହୋଇଯାଇଛନ୍ତି ଅଲୀ। ଆଜିର ଏ ସଫଳତା ପଛରେ ଯେ କେତେ ପରିଶ୍ରମ କରିବାକୁ ପଡ଼ୁଛି, ସେସବୁ ବଖାଣିଲେ ମଧ୍ୟ କେହି ବିଶ୍ବାସ କରିବେନି ବୋଲି କହିଛନ୍ତି ଅଲୀ। ୨୦୦୯ର ସୁପରହିଟ୍ ଚଳଚ୍ଚିତ୍ର ‘ଥ୍ରୀ ଇଡିଅଟସ୍’ର ଏକ ଛୋଟ ଭୂମିକା ଜୟ ଲୋବୋ ଚରିତ୍ରରେ ସେ ଅଭିନୟ କରିଥିଲେ। ସେଇ ସମୟରେ ମୁମ୍ବଇରେ ଦିନକୁ ସେ ଅତିକମ୍‌ରେ ୫୦-୫୫ଟି ଅଡିସନ୍ ଦେଉଥିଲେ। ଷ୍ଟୁଡିଓ ବାହାରେ ଘଣ୍ଟାଘଣ୍ଟା ଛିଡ଼ା ହୋଇ ସମୟ ଅତିବାହିତ କରିଛନ୍ତି। ସେତେବେଳେ ତାଙ୍କ ପାଖରେ ଟଙ୍କାର ଅଭାବ ମଧ୍ୟ ଲାଗିରହୁଥିଲା। ମାତ୍ର ୧୯ ବର୍ଷ ବୟସରେ ଅଲୀ ଏକ କଲ୍‌-ସେଣ୍ଟରରେ ମାସିକ ୮ହଜାର ଟଙ୍କାରେ ଚାକିରି କରିଥିଲେ। ୨-୩ ବର୍ଷ ଟଙ୍କା ସଞ୍ଚୟ କରିବା ପରେ ସେ ଲକ୍ଷ୍ନୌରୁ ମୁମ୍ବଇ ଆସିଥିଲେ କେବଳ ଅଭିନୟର ଲକ୍ଷ୍ୟରେ। ଏଇ ଯୁବ ଅଭିନେତା କହିଛନ୍ତି, ସଫଳତା ନିଶ୍ଚୟ ମିଳିବ, କିନ୍ତୁ ପରିଶ୍ରମ ଏଥିପାଇଁ ଖୁବ୍ କରିବାକୁ ପଡ଼ିବ।

Comments are closed.