ମହାକାଶରେ ପ୍ରଥମେ ଚାଲି ଇତିହାସ ରଚିଥିବା ଲିୟୋନୋବଙ୍କ ଦେହାନ୍ତ

ମସ୍କୋ: ମହାକାଶରେ ପ୍ରଥମ ଥର ୧୨ ମିନିଟ ପର୍ଯ୍ୟନ୍ତ ଧୀରେ ଧୀରେ ଚାଲି ଇତିହାସ ରଚିଥିବା ରୁଷୀୟ ମହାକାଶଚାରୀ ଆଲେକ୍ସି ଲିୟୋନୋବଙ୍କର ଶୁକ୍ରବାର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ହୋଇଥିଲା। ରୁଷର ମହାକାଶ ସଂସ୍ଥା ରୋସ୍କୋମସ ନିଜ ୱେବସାଇଟରେ ଏ ସମ୍ପର୍କରେ ସୂଚନା ଦେଇଛି। ତେବେ ଲିୟୋନୋବଙ୍କ ମୃତ୍ୟୁ କିପରି ଘଟିଲା ସେ ନେଇ କିଛି କୁହାଯାଇ ନାହିଁ। ସେ କିଛି ମାସ ଧରି ଅସୁସ୍ଥ ଥିଲେ ବୋଲି ରୁଷ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି।

ଅନ୍ୟପଟେ ଶୁକ୍ରବାର ଆମେରିକାର ମହାକାଶ ସଂସ୍ଥା ନାସାର ୨ ଜଣ ମହକାଶଚାରୀ ମହାକାଶରେ ଅନ୍ତର୍ଜାତୀୟ ସ୍ପେଶ୍‌ ଷ୍ଟେଶନ ବାହାରେ ଚାଲିଥିଲେ। ଏହାର ଦୃଶ୍ୟକୁ ନାସା ପକ୍ଷରୁ ଲାଇଭ ପ୍ରସାରଣ କରାଯାଉଥିଲା। କିନ୍ତୁ ଲିୟୋନୋବଙ୍କ ମୃତ୍ୟୁ ଖବର ପାଇବା ପରେ ନାସା ନିଜର ଲାଇଭ୍‌ ପ୍ରସାରଣ ବନ୍ଦ କରିଦେଇଥିଲା। ତୁରନ୍ତ ନାସା ପକ୍ଷରୁ ଲିୟୋନୋବଙ୍କ ମୃତ୍ୟୁ ଖବର ପ୍ରସାରିତ ହୋଇଥିଲା।

ସୂଚନାଯୋଗ୍ୟ, ୧୯୬୫ ମାର୍ଚ୍ଚ ୧୮ ତାରିଖରେ ଲିୟୋନୋଭ ମହାକାଶରେ ପ୍ରଥମ ଥର ପାଇଁ ଚାଲି ଇତିହାସ ସୃଷ୍ଟି କରିଥିଲେ।

Comments are closed.