ଆତଙ୍କବାଦୀଙ୍କ ଟାର୍ଗେଟରେ ସିଆରପିଏଫ୍ : ଦିଲ୍ଲୀରେ ଆକ୍ରମଣ ନେଇ ସତର୍କ ସୂଚନା

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରେ ପ୍ରତିଦିନ ଆତଙ୍କବାଦୀମାନେ ଆକ୍ରମଣ କରୁଛନ୍ତି। ଗତ ତିନିରୁ ଚାରି ମାସ ମଧ୍ୟରେ ଆତଙ୍କବାଦୀମାନେ ଅନେକ ଥର ସିଆରପିଏଫ୍ କ୍ୟାମ୍ପ ଟାର୍ଗେଟ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏବେ ଆତଙ୍କବାଦୀଙ୍କ ଟାର୍ଗେଟ ହେଉଛି ରାଜଧାନୀ ଦିଲ୍ଲୀ।

ଦିଲ୍ଲୀର ସିଆରପିଏଫ୍ ଯବାନ ଉପରେ ଆକ୍ରମଣ କରିବାକୁ ଆତଙ୍କବାଦୀମାନେ ଯୋଜନା କରିଛନ୍ତି। ଗୁଇନ୍ଦା ବିଭାଗ ପକ୍ଷରୁ ଏନେଇ ସତର୍କ ସୂଚନା ଦିଆଯାଇଛି।

ମଙ୍ଗଳବାର ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସିଜିଓ କମ୍ପେ୍ଲକ୍ସ ସ୍ଥିତି ସିଆରପିଏଫ୍ ମୁଖ୍ୟାଳୟରେ ଅତିରିକ୍ତ ଯବାନକୁ ମୁତୟନ କରାଯାଇଛି। ସିସିଟିଭି କ୍ୟାମେରା ମାଧ୍ୟମରେ ମୁଖ୍ୟାଳୟର ଚାରିପାଖରେ ନଜର ରଖାଯାଉଛି। ଏଥି ସହିତ ଦିଲ୍ଲୀରେ ଉପସ୍ଥିତ ଥିବା ସୁରକ୍ଷା ବାହିନୀର ବାଟାଲିୟନକୁ ମଧ୍ୟ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆର.କେ ପୁରାମରେ ଫୋର୍ସ ହସ୍ପିଟାଲ ଏବଂ ଡିଜି ଷ୍ଟାଫ୍ କ୍ୟାମ୍ପ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.