ବେଆଇନ ଦେଶୀ ମଦ ଜବତ, ଅଭିଯୁକ୍ତ ଫେରାର

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ଅଣ୍ଡିରାକଞ୍ଚଥାନା ଅନ୍ତର୍ଗତ ଲଦିଗୁଡା ଗ୍ରାମରେ ବୁଧବାର ଅଣ୍ଡିରାକଞ୍ଚ ପୁଲିସ ଏବଂ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ପୁଲିସ ଚଢାଉ କରି ୫୦ ଲିଟର ଦେଶୀ ମଦ ସହ ୧ହଜାର ଲିଟର ପୋଚ ଜବତ କରିଛି। ଲଦିଗୁଡା ଗ୍ରାମ ନିକଟରେ ଲୁଚିଛପି ପୋଚ ଓ ବେଆଇନ ଦେଶୀ ମଦ ରନ୍ଧା ଯାଉଥିବା ସ୍ଥାନ ଗୁଡିକରେ ଅଣ୍ଡିରାକଞ୍ଚ ପୁଲିସ ଟିମ୍ ଚଢାଉକରି ବିପୁଳ ପରିମାଣରେ ପୋଚକୁ ନଷ୍ଟ କରିବା ସହ ମଦ ଜବତ କରିଛି। ଅଣ୍ଡିରାକଞ୍ଚ ଏସଆଇ ସୁକାନ୍ତ ଦଳେଇଙ୍କ ନେତୃତରେ ଏହି ଚଢାଉ କରାଯାଇଥିଲା। ଏନେଇ ୪୨/୧୯ ଏକ ମାମଲା ଅଣ୍ଡିରାକଞ୍ଚଥାନାରେ ରୁଜୁ କରାଯାଇଛି। ଘଟଣା ସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ତୁରନ୍ତ ଅଭିଯୁକ୍ତକୁ ଧରାଯିବ ବୋଲି ଏସଆଇ ସୁକାନ୍ତ ଦଳେଇ ସୂଚନା ଦେଇଛନ୍ତୀ।

Comments are closed.