ବିପୁଳ ପରିମାଣର ମଦ ଜବତ; ୫ ଗିରଫ

ପାତ୍ରପୁର : ଜରଡା ପୁଲିସ ତୁମ୍ବା ଏବଂ ଜରଡା ଅଂଚଳରୁ ଚାଲାଣ ହେଉଥିବାବେଳେ ବିପୁଳ ପରିମାଣର ଦେଶୀମଦ ପାଉଚି, ଚାରୋଟି ବାଇକ ଜବତ କରିବା ସହ ପଞ୍ଚଜଣଙ୍କୁ ଗିରିଫ କରିଛି। ଜରଡା ପୁଲିସ ଚୋରା ମଦ ଚାଲାଣ ହେଉଥିବା ଖବର ପାଇ ତୁମ୍ବା ଏବଂ ଜରଡା ଅଞ୍ଚଳରେ ଅତର୍କିତ ଚଢ଼ାଉ କରିଥିଲେ। ଏହି ସମୟରେ ଚାରିଗୋଟି ବାଇକ୍ ଯୋଗେ ଦସଗୋଟି ବସ୍ତାରେ ନେଉଥିବା ୩ହଜାର ପାଉଚ୍ ୬୦୦ଲିଟର ଦେଶୀମଦ ଜବତ କରିଥିଲେ। ଏହି ମଦ ନେଉଥିବା ପାଞ୍ଚଜଣଙ୍କୁ ଗିରିଫ କରିଥିଲେ। ଏନେଇ ଜରଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.