ଅବକାରୀ ବିଭାଗର ଚଢାଉ; ୪୦ଲିଟର ମହୁଲି ମଦ ଜବତ, ମହୁଲ ପୋଚ ନଷ୍ଟ

କେଶଦୁରାପାଳ : ଅବକାରୀ ବିଭାଗ ଚଢାଉ କରି ୪୦ଲିଟର ମହୁଲି ମଦ ଜବତ କରିବା ସହ ୧୨୩୦ କେଜି ମହୁଲ ପୋଚ ନଷ୍ଟ କରିଛି। ସୁଚନାରୁ ପ୍ରକାଶ, ଆନନ୍ଦପୁର ଥାନା ଅନ୍ତର୍ଗତ କାଠକଟା ଓ ଯୋଗୀଆବନ୍ଧ ଗ୍ରାମରେ ଚୋରା ମହୁଲି ମଦ କାରବାର  କରୁଥିବା ବେଳେ ଖବର ପାଇ ଆନନ୍ଦପୁର ଅବକାରୀ ବିଭାଗ ପକ୍ଷରୁ ଉକ୍ତ  ଗ୍ରାମରେ ଚଢାଉ କରି ୪oଲିଟର ମହୁଲି ମଦ ଜବତ କରିବା ସହିତ ୧୨୩୦ କେଜି ମହୁଲ ପୋଚ ନଷ୍ଟ କରିଥିବା ଜଣାଯାଇଛି। ଏହି ଚଢାଉରେ ନରେନ୍ଦ୍ର କୁମାର ପ୍ରଧାନ, ସଂଜବ ସେଠୀ, ସଂଗ୍ରାମ କିଶୋର ସାମଲ, ନୀବେଦିତା ମାଝୀ ପ୍ରମୁଖ ସାମିଲ ଥିଲେ।

Comments are closed.