ବେଆଇନ ମଦଭାଟି ଉପରେ ଅବକାରୀ ଚଢାଉ

ନବରଙ୍ଗପୁର : ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ରଙ୍କର ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ପ୍ରଦୀପ ପଟ୍ଟନାୟକଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉମରକୋଟ ଅବାକାରୀ ଇନ୍ସପେକ୍ଟରଙ୍କର ସମେତ ବିଭାଗୀୟ କର୍ମଚାରୀଙ୍କ ଦ୍ୱାରା ଝରିଗାଁ ଥାନା ତେଲନଦୀ ଗାଁ ଓ ବୁଡିପଦରରେ ବେନିୟମ ଭାବେ ମଦ ତିଆରି ଦେଶି ମଦ ଭାଟିି ସମେତ ୬୦୦ ଲିଟର ପୋଚ ଓ ୪୦ଲିଟର ଦେଶୀ ମଦ ଜବତ କରାଯାଇଛି। ଏହିଗାଁନିକଟ ଜଙ୍ଗଲରେ ଭାଟି କରାଯାଇ ଆଧୂନିକ ପ୍ରଣାଳୀରେ ମଦ ତିଆରି କରାଯାଇ ବିଭିନ୍ନ ଗ୍ରାମକୁ ବିକ୍ରି କରାଯାଉଥିଲା। କୌଣସି ସୂତ୍ରରୁ ଏହି ଖବର ଜାଣିବା ପରେ ଅବକାରୀ ବିଭାଗ ପକ୍ଷରୁ ଅଚାନକ ଚଢାଉ କରାଯାଇଥିଲା। ତେବେ ଅବକାରୀ କର୍ମଚାରୀଙ୍କୁ ଦେଖି ଅଭିଯୁକ୍ତମାନେ ସେଠାରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ। ମଦ ପାଇଁ ବ୍ୟବହୃତ ସମସ୍ତ ସାମଗ୍ରୀକୁ ଜବତ କରି ଅଣାଯାଇଥିଲା। ଏସଂପର୍କରେ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି।

Comments are closed.