ୱାଶିଂଟନ୍‍ରୁ ବିମାନ ଚୋରି!

0

ନୂଆଦିଲ୍ଲୀ: କାର ଚୋରି ସମ୍ପର୍କରେ ଆପଣ ଶୁଣିଥିବେ। ଏପରିକି ନିକଟରେ ଭାରତୀୟ ରେଳବାଇର ବଗି ଚୋରି ଘଟଣା ମଧ୍ୟ ଦେଶବାସୀଙ୍କୁ ଆଚମ୍ବିତ କରିଥିଲା। କିନ୍ତୁ ଶୁକ୍ରବାର ସମଗ୍ର ବିଶ୍ୱବାସୀଙ୍କୁ ଚକିତ କରିଛି ବିମାନ ଚୋରି। ଏହି ଚୋରି ପୁଣି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସୁରକ୍ଷା ବଳୟ ମଧ୍ୟରେ ଅବସ୍ଥିତ ୱାଶିଂଟନ ସହରର ସିଆଟେଲ- ଟାକୋମା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ହୋଇଛି।
ବିମାନ ବନ୍ଦରରେ ଥିବା ଆଲାକ୍ସା ଏୟାର ଲାଇନ୍ସର ହୋରାଇଜନ ଏୟାର-କ୍ୟୁ୪୦୦ ନାମକ ଏକ ଯାତ୍ରୀବାହୀ ଜେଟ ବିମାନ ଶୁକ୍ରବାର ଆମେରିକୀୟ ସନ୍ଧ୍ୟା ୮ଟାରେ ଚୋରି କରାଯାଇ ଥିଲା।
ବିମାନ ଚୋରି ହୋଇଥିବା ଜଣାପଡ଼ିବା ପରେ ବିମାନ ବନ୍ଦରର ନେଭିଗେସନ ସିଷ୍ଟମକୁ ବନ୍ଦ କରି ଦିଆଯାଇ ଥିଲା। ବିମାନବନ୍ଦର କର୍ତ୍ତୃପକ୍ଷ ତୁରନ୍ତ ସେନାବାହିନୀକୁ ଖବର ଦେଇଥିଲେ। ଫଳରେ ବିମାନକୁ ସେନାର ଦୁଇଟି ଏଫ-୧୫ଯୁଦ୍ଧ ବିମାନ ଅନୁସରଣ କରିଥିଲେ। ସେ ସମୟରେ ସ୍ଥାନୀୟ ଅଞ୍ଚଳରେ ରାତି ହୋଇଥିବାରୁ ବିନା ନେଭିଗେସନ୍‍ ସିଗ୍‍ନାଲ୍‍ରେ ପାଇଲଟ୍‍ ଦିଗ ଜାଣି ନପାରି ୱାଶିଂଟନ ବିମାନବନ୍ଦର ସନ୍ନିକଟ ପିୟର୍ସ କାଉଣ୍ଟି ସହରର କେନ୍ଦ୍ରୀୟ ଦ୍ୱୀପରେ ଓହ୍ଲାଇବାକୁ ବାଧ୍ୟ ହୋଇଥିଲା। ଓହ୍ଲାଇବା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। କିନ୍ତୁ ବିମାନରେ ଯାତ୍ରୀ ନଥିବାରୁ ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ଆଶଙ୍କାକୁ ଏଡ଼ାଇ ଦିଆଯାଇଛି। ଏହା ପଛରେ ଆତଙ୍କବାଦୀ କାର୍ଯ୍ୟକଳାପ ଥିବା ଅଭିଯୋଗ ହେଉଥିବା ବେଳେ ଏହାକୁ ଅସ୍ୱୀକାର କରିଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ।

ପିୟାର୍ସ କାଉଣ୍ଟି ଷ୍ଟେଟ ପୁଲିସ ସୂଚନା ଅନୁଯାୟୀ ସ୍ଥାନୀୟ ୨୯ବର୍ଷିୟ ଜନୈକ ଯୁବକ ଏହି ବିମାନକୁ ଚୋରି କରିନେଇଥିଲେ। ସେ ସେଠାରେ ମେକାନିକ୍‍ ଭାବେ କାମ କରୁଥିଲେ। ତେଣୁ ପ୍ରଥମେ ସେ ବିମାନ ଚୋରି କରିଥିବା କେହି ଠଉରାଇ ପାରି ନଥିଲେ। କିନ୍ତୁ ବିନା ଅନୁମତିରେ ବିମାନଟି ବନ୍ଦରରୁ ଉଡ଼ିବା ପରେ କର୍ତ୍ତୃପକ୍ଷ ସଜାଗ ହୋଇଥିଲେ। ଯୁବକ ଜଣକ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ବିମାନକୁ ଉଡ଼ାଇ ନେଇଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି। ଏହି ଘଟଣା ପାଇଁ କିଛି ସମୟ ପାଇଁ ଉକ୍ତ ବିମାନ ବନ୍ଦରରେ ଉଡ଼ାଣ ବନ୍ଦ କରାଯାଇ ଥିଲା।

Leave A Reply