ଅଳଗୁମ କାର୍ତ୍ତିକ ମେଳା ସରିଲା

0

ସୁଆଣ୍ଡୋ: ପୁରୀ ଜିଲା ସତ୍ୟବାଦୀବ୍ଲକ ଅନ୍ତର୍ଗତ ଅଳଗୁମଠାରେ ଶୈବପୀଠ ଗତିଶ୍ୱର ଦେବଙ୍କ ପାଖରେ ଷଷ୍ଠ ବାର୍ଷିକ କାର୍ତ୍ତିକ ମେଳା ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷ୍ୟେ କାର୍ତ୍ତିକ ମାସ ଶୁକ୍ଳ ନବମୀ ଠାରୁ ପୂର୍ଣ୍ଣମୀ ପର୍ୟ୍ୟନ୍ତ ମହାଦେବଙ୍କ ନିକଟରେ ସାତ ଦିନ ଧରି ମହା ରୁଦ୍ରାଭିଷେକ ଓ ପଞ୍ଚକୁଣ୍ଡିୟ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସେହିପରି ଅଁଳା ବୃକ୍ଷ ପୂଜା ଘଟ ପୂଜନ ସୂର୍ୟ୍ୟ ପୂଜା ଗୋ ପୂଜନ ମାତୃ ପୂଜା ଗୀତା ଓ ଭାଗବତ ପାଠ କରାଯାଇଥିଲା । ଏଠାରେ ସହସ୍ରାଧିକ ପୁରୁଷ ମହିଳା ମାନେ କ୍ଷୀର କଦଳୀ ନବାତ ନଡ଼ିଆ ବେଲ ପତ୍ର  କନିଅର ଅରଖ  ଦୁର୍ଦୁରା ଫୁଲ ଧରି ମନ୍ଦିରରେ ଶିବଙ୍କୁ ପୂଜାର୍ଚ୍ଚନା କରିଥିଲେ । ରାସପୂର୍ଣ୍ଣମୀ ଅବସରେ ଯଜ୍ଞରେ ପୂର୍ଣ୍ଣାହୁତି ଦିଆଯାଇଥିଲା । ଭୁବନେଶ୍ବର ସଂସ୍କୃତି ବିଭାଗ ପକ୍ଷରୁ ବୋଇତ ବନ୍ଦାଣ ଗୀତିନାଟ୍ୟ ପରିବେଷଣ କରାଯାଇଥିଲା।  ମେଳାରେ ସହସ୍ରାଧିକ ପୁରୁଷ ମହିଳାଙ୍କ  ସମାଗମ ହୋଇଥିଲା ।

Leave A Reply