ଅଲ୍‌-କାଏଦାର ଏସୀୟ ମୁଖ୍ୟ ଅସିମ ଉମର ମୃତ

ଇସଲାମାବାଦ : ବିଶ୍ବ ଆତଙ୍କବାଦୀ ଘୋଷିତ ଅଲ୍‌-କାଏଦାର ଦକ୍ଷିଣ ଏସୀୟ ମୁଖ୍ୟ ଅସିମ ଉମର ଆମେରିକା-ଆଫଗାନିସ୍ତାନ ମିଳିତ ସେନା କାର୍ଯ୍ୟାନୁଷ୍ଠାନ​ରେ  ପ୍ରାଣ ହରାଇଛି। ସେପ୍ଟେମ୍ବର ୨୩ରେ ଆଫଗାନିସ୍ତାନର ହେଲମଣ୍ଡ ପ୍ରଦେଶରେ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ତାର ମୃତ୍ୟୁ ହୋଇଥିବା ବୁଧବାର ସୂଚନା ମିଳିଛି। ଆଫଗାନିସ୍ତାନ ସରକାରୀ କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ, ଉମର ସହିତ ୬ଜଣ ଆତଙ୍କବାଦୀଙ୍କର ସେଦିନ ମୃତ୍ୟୁ ହୋଇଥିଲା। ଅନ୍ୟ ଆତଙ୍କବାଦୀମାନେ ପାକିସ୍ତାନୀ। ଭାରତ ଜନ୍ମିତ ୪୦ବର୍ଷ ବୟସ୍କ ମୁଖ୍ୟ ଉମରକୁ ମଧ୍ୟ ବିଶ୍ବ ଆତଙ୍କବାଦୀ ଘୋଷଣା କରାଯାଇଥିଲା। ଭାରତ, ମ୍ୟାଁମାର ଓ ବାଂଲାଦେଶ ବିରୋଧରେ ଲଢ଼େଇ ପାଇଁ ୨୦୧୪ରେ ଏକ୍ୟୁଆଇଏସ୍‌ ଗଠନ ସମ୍ପର୍କରେ ଅଲ୍‌-କାଏଦା ମୁଖ୍ୟ ଏମାନ୍‌ ଅଲ-ଜୱାହିରି ଘୋଷଣା କରିଥିଲା। ଉତ୍ତର ପ୍ରଦେଶର ସମ୍ବଲଠାରେ ଜନ୍ମିତ ଉମର ଦେଓବନ୍ଦରୁ ଶିକ୍ଷାପ୍ରାପ୍ତ ହୋଇ ୧୯୯୧ରେ ପାକିସ୍ତାନ ଯାଇଥିଲା।

Comments are closed.