ଏହି କ୍ରୀଡ଼ାବିତ୍‍ଙ୍କ ଜୀବନୀକୁ ନେଇ ଚଳଚ୍ଚିତ୍ର କରିବାକୁ ଚାହୁଁଛନ୍ତି ଅକ୍ଷୟ

0

ନୂଆଦିଲ୍ଲୀ : ଫିନ୍‍ଲ୍ୟାଣ୍ଡର ୨୦ ବର୍ଷରୁ କମ୍‍ ବିଶ୍ୱ ଆଥ୍‍ଲେଟିକ୍ସ ଚାମ୍ପିଅନ୍‍ସିପ୍‍ରେ ୪୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ହୀମା ଦାସଙ୍କ ଜୀବନୀକୁ ନେଇ ଅକ୍ଷୟ କୁମାର ଚଳଚ୍ଚିତ୍ର ନିର୍ମାଣ କରିବାକୁ ଚାହୁଁଛନ୍ତି।
ଅକ୍ଷୟ କହିଛନ୍ତି, “ମୁଁ ହୀମା ଦାସଙ୍କ ଜୀବନୀ କୁ ଆଧାର କରି ଏକ ଚଳଚ୍ଚିତ୍ର କରିବାକୁ ଚାହୁଁଛି। କାରଣ ସେ ଜଣେ ଟ୍ରାକ୍‍ ଧାବକ। ଏକ ଛୋଟ ଗାଁ’ ରୁ ଆସିଥିବା ଝିଅ ଟ୍ରାକ୍‍ ଦୌଡ଼ରେ ସ୍ୱର୍ଣ୍ଣପଦକ ହାସଲ କରିବା ଏକ ଅସାଧାରଣ କଥା।” ଏହିକଥା ସେ ତାଙ୍କ ଆଗୀମୀ ଚଳଚ୍ଚିତ୍ର ‘ଗୋଲ୍ଡ’ ର ପ୍ରମୋଶନ୍‍ ସମୟରେ କହିଛନ୍ତି। ପୁନଃ ସେ କହିଛନ୍ତି, “ଟ୍ରାକ୍‍ ରେ ପାରଦର୍ଶିତା ଦେଖାଇବାରେ ଭାରତ ପଛୁଆ ରହିଛି। ମୋତେ ଲାଗୁଛି ଆମକୁ ଏହି କ୍ରୀଡ଼ାକୁ ପ୍ରୋତ୍ସାହିତ କରିବା ସହ ସମର୍ଥନ କରିବା ଆବଶ୍ୟକ। ଏମିତିରେ ଆମେ ପ୍ରତ୍ୟେକ ଦିନ ବସ୍‍ କିମ୍ବା ଟ୍ରେନ୍‍ ଧରିବା ପାଇଁ ଦୌଡ଼ି ଥାଆନ୍ତି, ତେଣୁ ଆମେ ଏହି କ୍ରୀଡ଼ାରେ ମଧ୍ୟ ଆଗରେ ରହିବା ଆବଶ୍ୟକ। ଅନ୍ୟ ଦେଶ ସମ୍ମୁଖରେ ଆମ ପାରଦର୍ଶିତା ଦେଖାଇ ଦେବା ଉଚିତ। ହୀମାଙ୍କ ଜୀବନୀ ଉପରେ ଚଳଚ୍ଚିତ୍ର କରି ପାରିଲେ ମୋତେ ବହୁତ ଖୁସି ଓ ଗର୍ବିତ ଅନୁଭବ ହେବ।”
ଅକ୍ଷୟଙ୍କ ଆଗାମୀ ଚଳଚ୍ଚିତ୍ର ‘ଗୋଲ୍ଡ’ ଅଗଷ୍ଟ ୧୫ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି। ଏଥିରେ ଅକ୍ଷୟଙ୍କ ସହ ମୌନୀ ରାୟଙ୍କୁ ଦେଖିବାକୁ ମିଳିବ।

Leave A Reply