‘କେଶରୀ’କୁ ଅପେକ୍ଷା

0

ଖିଲାଡି କୁମାର ଅକ୍ଷୟ ନିଜ ଆଗାମୀ ଚଳଚ୍ଚିତ୍ର ‘କେଶରୀ’ର ମୁକ୍ତିଲାଭକୁ ଚାତକ ପରି ଅପେକ୍ଷା କରିଛନ୍ତି। ଅନୁରାଗ ସିଂ ନିର୍ଦେଶିତ ଏଇ ଚଳଚ୍ଚିତ୍ର ‘ବ୍ୟାଟେଲ୍ ଅଫ୍ ସାରାଗଢ଼ି’ ଉପରେ ଆଧାରିତ ହୋଇଥିବାବେଳେ ସେ ହାବିଲଦାର ଈଶାର ସିଂଙ୍କ ଭୂମିକାରେ ଅବତୀର୍ଣ୍ଣ। ଏଥିରେ ତାଙ୍କ ସହ ପରୀଣୀତି ଚୋପ୍ରା ଦେଖାଦେବେ। ଚଳିତ ବର୍ଷ ହୋଲି ଅବସରରେ ‘କେଶରୀ’ ମୁକ୍ତିଲାଭ ହେବାର ଯୋଜନା ରହିଛି। ଅନ୍ୟ ପାଖେ ଅକ୍ଷୟଙ୍କ ହାତରେ ଆଉ ଏକ ଦମ୍‌ଦାର୍ ସୁଯୋଗ ଆସିଛି। ହିନ୍ଦୁ ରାଜା ପୃଥ୍ବୀରାଜ୍ ଚୌହାନ୍‌‌ଙ୍କ ଜୀବନୀକୁ ଅଧାର କରି ଖୁବ୍ ଶୀଘ୍ର ୟଶ୍‌ରାଜ୍ ପ୍ରଡକ୍ସନ୍ ଏକ ଚଳଚ୍ଚିତ୍ର ଆରମ୍ଭ କରିବାକୁ ଯାଉଛି। ଏଥିରେ ଅକ୍ଷୟ ହିଁ ମୁଖ୍ୟ ଭୂମିକାରେ ଦେଖାଦେବେ ବୋଲି ସ୍ପଷ୍ଟ ହୋଇଯାଇଛି। ଚନ୍ଦ୍ରପ୍ରକାଶ ଦ୍ବିବେଦୀ ନିର୍ଦେଶିତ ଏଇ ଚଳଚ୍ଚିତ୍ରର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ। ପୃଥ୍ବୀରାଜ୍ ଚୌହାନ୍ ଓ ସଂୟୋଗିତାଙ୍କ ପ୍ରେମ କାହାଣୀ ଏଥିରେ ଚିତ୍ରାୟିତ ହେବା ସହ ଅନ୍ୟ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମଧ୍ୟ ଦର୍ଶକଙ୍କୁ ଅବଗତ କରାଯିବ ବୋଲି ୟୁନିଟ୍ ତରଫରୁ କୁହାଯାଇଛି।

Leave A Reply