ଅକ୍ଷୟଙ୍କ ଗୋଲ୍ଡ

0

ଅଗଷ୍ଟ ୧୫ରେ ସର୍ବଭାରତୀୟ ସ୍ତରରେ ଫରହାନ୍ ଅଖତର ପ୍ରଯୋଜିତ ‘ଗୋଲ୍ଡ’ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ଏଥିରେ ମୁଖ୍ୟ ଭୂମିକାରେ ଖିଲାଡି କୁମାର ଅକ୍ଷୟ ଅବତୀର୍ଣ୍ଣ ହୋଇଛନ୍ତି। ଭାରତୀୟ ହକିର ସ୍ବର୍ଣ୍ଣିମ ଇତିହାସକୁ ଏଇ କାହାଣୀରେ ସ୍ପଷ୍ଟ କରାଯାଇଛି। ୧୯୪୮ ଅଲିମ୍ପିକ୍‌ରେ ଭାରତ ହକିରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲା। ଏହି କାରଣରୁ ବ୍ରିଟିଶ୍‌‌ମାନେ ଭାରତୀୟ ରାଷ୍ଟ୍ରଗୀତରେ ଛିଡ଼ା ହେବାକୁ ବାଧ୍ୟ ହୋଇଥିଲେ। ଅକ୍ଷୟ କହିଛନ୍ତି, ଏହି ଦୃଶ୍ୟର ସୁଟିଂ ସମୟରେ ତାଙ୍କ ଅଙ୍ଗେନିଭା ସ୍ମୃତିକୁ ସେ ପାସୋରିପାରିବୋନାହିଁ। ବିଦେଶୀ ରାଷ୍ଟ୍ରରେ ଭାରତୀୟ ରାଷ୍ଟ୍ରଗୀତର ସେହି ମାଧୁର୍ଯ୍ୟ ଅଧିକ ଅନୁଭୂତ ହୋଇଥିଲା ବୋଲି ସେ କହିଛନ୍ତି। ଅକ୍ଷୟ ଏଥିରେ ହକି ଖେଳାଳି  ବଲବିନ୍ଦର ସିଂହଙ୍କ ଭୂମିକାରେ ଅଭିନୟ କରିଛନ୍ତି। ବଲବୀର ସିଂହଙ୍କୁ ଏବେ ୯୨ ବର୍ଷ ହୋଇଥିବାବେଳେ ସେ ସପରିବାର ଲଣ୍ଡନରେ ରହୁଛନ୍ତି। ‘ଗୋଲ୍ଡ’ର ମୁକ୍ତିଲାଭ ସମୟରେ ଅନ୍ୟ ଦୁଇ ଚଳଚ୍ଚିତ୍ର ‘ୟମଲା ପଗଲା ଦିୱାନା ରିଟର୍ଣ୍ଣସ୍’ ଓ ‘ସତ୍ୟମେବ ଜୟତେ’ ମଧ୍ୟ ମୁକ୍ତିଲାଭ ହେବ ବୋଲି ଶୁଣାଯାଉଛି। ଏ ବାବଦରେ ଅକ୍ଷୟ କହିଛନ୍ତି, ତାଙ୍କର ପ୍ରତିଦ୍ବନ୍ଦ୍ବିତା କାହା ସହ ନାହିଁ। ବରଂ ଏକ ସତ କାହାଣୀକୁ ସେ ଭାରତୀୟ ଲୋକଙ୍କୁ ଅବଗତ କରାଇବେ, ଏଇ ଚିନ୍ତାରେ ସେ ଖୁସି।

Leave A Reply