ରାଶି ଅନୁଯାୟୀ ଅକ୍ଷୟ ତୃତୀୟାରେ କିଣନ୍ତୁ ଏହି ଜିନିଷ

ଚଳିତ ବର୍ଷ ମେ ମାସ ୩ ତାରିଖରେ ଅକ୍ଷୟ ତୃତୀୟା ପାଳନ କରାଯିବ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ପ୍ରତ୍ୟେକ ବର୍ଷ ବୈଶାଖ ମାସର ଶୁକ୍ଳପକ୍ଷର ତୃତୀୟା ତିଥିରେ ଅକ୍ଷୟ ତୃତୀୟା ପାଳନ କରାଯିବାର ପରମ୍ପରା ରହିଛି। ଏହିଦିନ ରାଶି ଅନୁସାରେ ଜିନିଷ କିଣିବା ଦ୍ୱାରା ସୌଭାଗ୍ୟ ଓ ଶୁଭଫଳ ପ୍ରାପ୍ତି ହେବା ସହ ଘରେ ସୁଖସମ୍ପତ୍ତି,ଧନ ବୃଦ୍ଧି ହୋଇଥାଏ ବୋଲି ମାନ୍ୟତା ରହିଛି। ଜାଣନ୍ତୁ……
ମେଷ – ଏହି ରାଶିର ବ୍ୟକ୍ତି ବିଶେଷ ଲାଲ ମସୁର ଡାଲି କିଣନ୍ତୁ। ଏହାଦ୍ୱାରା ଶୁଭଫଳ ମିଳିବ।
ବୃଷ – ଏହି ରାଶିର ବ୍ୟକ୍ତି ବିଶେଷ ବାଜରା କିମ୍ବା ଚାଉଳ କିଣନ୍ତୁ। ଏହାଦ୍ୱାରା ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହେବ।
ମିଥୁନ – ଏହି ରାଶିର ବ୍ୟକ୍ତି ବିଶେଷ ପୋଷାକ,ମୁଗ,ଧନିଆ କିଣିବା ଉଚିତ। ଏହାଦ୍ୱାରା ଶୁଭଫଳ ପ୍ରାପ୍ତି ହେବ।
କର୍କଟ – ଏହି ରାଶିର ବ୍ୟକ୍ତି ବିଶେଷ ଚାଉଳ,କ୍ଷୀର କିଣନ୍ତୁ। ଏହାଦ୍ୱାରା ଆପଣଙ୍କ ଉନ୍ନତି ହେବ।
ସିଂହ – ଏହି ରାଶିର ବ୍ୟକ୍ତି ବିଶେଷ ତମ୍ବା ବାସନ କିମ୍ବା ଲାଲ ପୋଷାକ କିଣନ୍ତୁ। ଏହା ଉନ୍ନତିରେ ସହାୟକ ହେବ।
କନ୍ୟା – ଏହି ରାଶିର ବ୍ୟକ୍ତି ବିଶେଷ ମୁଗ ଡାଲି କିଣିବା ଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହେବ।
ତୁଳା – ଏହି ରାଶିର ବ୍ୟକ୍ତି ବିଶେଷ ଚାଉଳ କିମ୍ବା ଚିନି କିଣିପାରିବେ। ଏହାଦ୍ୱାରା ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।
ବିଛା – ଏହି ରାଶିର ବ୍ୟକ୍ତି ବିଶେଷ ଗୁଡ କିମ୍ବା ପାଣି କିଣନ୍ତୁ। ଶୁଭଫଳ ପ୍ରାପ୍ତି ହୋଇଥାଏ।
ଧନୁ – ଏହି ରାଶିର ବ୍ୟକ୍ତି ବିଶେଷ ହଳଦିଆ ଚାଉଳ କିମ୍ବା କଦଳୀ ମଧ୍ୟ କିଣିପାରିବେ।
ମକର – ଏହି ରାଶିର ବ୍ୟକ୍ତି ବିଶେଷ ବିରି ଡାଲି କିଣିବା ଶୁଭଙ୍କର।
କୁମ୍ଭ – ଏହି ରାଶିର ବ୍ୟକ୍ତି ବିଶେଷ କଳାରାଶି କିମ୍ବା ବସ୍ତ୍ର କିଣନ୍ତୁ।
ମୀନ – ଏହି ରାଶିର ବ୍ୟକ୍ତି ବିଶେଷ ବୁଟ ଡାଲି କିମ୍ବା ହଳଦୀ କିଣନ୍ତୁ। ଶୁଭଫଳ ପ୍ରାପ୍ତି ହେବ।

Comments are closed.