MEllora 950×100

ଛତ୍ରପତି ଶିବାଜୀ ମହାରାଜ ସାଜିଲେ ଅକ୍ଷୟ; ଶୁଟିଂ ଆରମ୍ଭ

ମୁମ୍ବାଇ: ବଲିଉଡ଼ ଅଭିନେତା ଅକ୍ଷୟ କୁମାର ଏବେ ତାଙ୍କ ମରାଠୀ ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚାରେ। ଅଭିନେତାଙ୍କୁ ଏଥିରେ ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମର ଶୁଟିଂ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଏହା ଅକ୍ଷୟ କୁମାରଙ୍କ ପ୍ରଥମ ମରାଠୀ ଚଳଚ୍ଚିତ୍ର, ଯାହାର ନାଁ ରହିଛି ‘ବେଡାତ ମରାଠେ ବୀର ଦୌଡ଼ଲେ ସାତ’। ଅଭିନେତା ଏକ ଖାସ୍‌ ପୋଷ୍ଟ କରି ଫିଲ୍ମର ଶୁଟିଂ ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛନ୍ତି ଓ କିଛି ସମୟ ପରେ ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି। ଭିଡିଓରେ ସେ ଛତ୍ରପତି ଶିବାଜୀ ମହାରାଜଙ୍କ ଲୁକ୍‌ରେ ନଜର ଆସିଛନ୍ତି।


ଅଭିନେତା ଛତ୍ରପତି ଶିବାଜୀ ମହାରାଜଙ୍କ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ଅକ୍ଷୟଙ୍କ ଝଲକ୍ ସ୍ପଷ୍ଟ ଦେଖାଯାଉଛି। ଅଭିନେତା ଲେଖିଛନ୍ତି, ‘‘ଆଜି ମୁଁ ମରାଠୀ ଚଳଚ୍ଚିତ୍ର ବେଡାତ ମରାଠେ ବୀର ଦୌଡ଼ଲେ ସାତର ଶୁଟିଂ ଆରମ୍ଭ କରୁଛି, ଯେଉଁଥିରେ ମୁଁ ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିକାରେ ଅଭିନୟ କରିବାର ସୌଭାଗ୍ୟ ପାଇଛି। ମୁଁ ତାଙ୍କ ଜୀବନରୁ ପ୍ରେରଣା ନେଇ ଏବଂ ମା’ ଜିଜାଉଙ୍କ ଆଶୀର୍ବାଦ ନେଇ ମୋର ପୂରା ଚେଷ୍ଟା କରିବି। ଆଶୀର୍ବାଦ କରିବେ’’।

ସେହିପରି ଫିଲ୍ମର ଶୁଟିଂ ଆରମ୍ଭ ବିଷୟରେ ସୂଚନା ଦେବା ପରେ ଅକ୍ଷୟ କୁମାର ଅନ୍ୟ ଏକ ପୋଷ୍ଟ ଶେୟାର କରିଛନ୍ତି, ଯେଉଁଥିରେ ସେ ଛତ୍ରପତି ଶିବାଜୀ ମହାରାଜ ଭୂମିକାରେ ନଜର ଆସିଛନ୍ତି ଓ ଆଗକୁ ବଢୁଛନ୍ତି। ଏହି ଭିଡିଓ ଶେୟାର କରି ଅଭିନେତା ଲେଖିଛନ୍ତି, ‘‘ଜୟ ଭବାନୀ ଜୟ ଶିବାଜୀ’’।  ମହେଶ ମାଞ୍ଜରେକରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଭାର ୱାସିମ କୁରେଶୀ ବହନ କରିଛନ୍ତି।


ସୂଚନାଯୋଗ୍ୟ, ଫିଲ୍ମରେ ଅକ୍ଷୟଙ୍କ ବ୍ୟତୀତ ଜୟ ଦୁଧାନେ, ଉତ୍କର୍ଷ ଶିନ୍ଦେ, ବିଶାଲ ନିକନ, ବିରାଟ ମଡକେ, ହାର୍ଦ୍ଦିକ ଦୋଶୀ, ସତ୍ୟା, ନୱାବ ଖାନ ଓ ପ୍ରବୀଣ ତାରଣେ ପ୍ରମୁଖ ଅଭିନୟ କରିଛନ୍ତି। ଆସନ୍ତା ବର୍ଷ ଦୀପାବଳିରେ ପରଦାକୁ ଆସିବ ଏହି ଚଳଚ୍ଚିତ୍ର। ଏହାକୁ ୪ଟି ଭାଷା- ମରାଠୀ, ହିନ୍ଦୀ, ତାମିଲ ଓ ତେଲୁଗୁରେ ରିଲିଜ୍‌ କରାଯିବ।

Comments are closed.