ରିଲିଜ ହେଲା ‘ସୂର୍ଯ୍ୟବଂଶୀ’ରେ ଅକ୍ଷୟଙ୍କ ପ୍ରଥମ ଲୁକ; ଏକତ୍ର ନଜର ଆସିଲେ ଅକ୍ଷୟ, ଅଜୟ ଓ ରଣବୀର

ମୁମ୍ବଇ : ବଲିଉଡର ଖିଲାଡି କୁମାର ଅକ୍ଷୟଙ୍କ ବହୁ ପ୍ରତୀକ୍ଷିତ ହିନ୍ଦି ଚଳଚ୍ଚିତ୍ର ‘ସୂର୍ୟ୍ୟବଂଶୀ’ର ପ୍ରଥମ ଲୁକ ଗୁରୁବାର ରିଲିଜ ହୋଇଛି। ଏଥିରେ ଅକ୍ଷୟ କୁମାର, ଅଜୟ ଦେବଗନ୍‌ ଏବଂ ରଣବୀର ସିଂହ ଏକତ୍ର ନଜର ଆସିଛନ୍ତି। ଏଥିରେ ଅକ୍ଷୟ ପୋଲିସ ପୋଷାକ ପିନ୍ଧିଥିବା ବେଳେ କଳା ଚଷମା ଲଗାଇଛନ୍ତି। ଅଜୟ ଏବଂ ରଣବୀରଙ୍କ କାନ୍ଧରେ ସେ ହାତ ପକାଇ ଛିଡ଼ା ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି।
ଏହି ଲୁକ୍‌କୁ ରିଲାଏନ୍ସ ଏଣ୍ଟରଟେନ୍‌ମେଣ୍ଟ ନିଜ ଅଫିସିଆଲ ଆକାଉଣ୍ଟରେ ରିଲିଜ୍‌ କରିଛି।


ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶନାରେ ଏହି ଚଳଚ୍ଚିତ୍ର ନିର୍ମାଣ ହେଉଥିବା ବେଳେ ଏଥିରେ କରଣ ଜୋହର ପ୍ରଯୋଜନା ଭାର ବହନ କରିଛନ୍ତି। ଆସନ୍ତା ବର୍ଷ ମାର୍ଚ୍ଚ ୨୭ରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ।

Comments are closed.