ମୁମ୍ବଇ ପୁଲିସକୁ ସହାୟତାର ହାତ ବଢାଇ ପୁଣି ଚର୍ଚ୍ଚାରେ ଅକ୍ଷୟ

ମୁମ୍ବଇ: ପୁଣି ଥରେ କରୋନା ଯୁଦ୍ଧରେ ଦେଶକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ବଲିଉଡ଼ ଅଭିନେତା ଅକ୍ଷୟ କୁମାର। କରୋନା ଯୋଦ୍ଧାଙ୍କ ପାଇଁ ସହାୟତାର ହାତ ବଢାଇ ପୁନର୍ବାର ସେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ମୁମ୍ବଇ ପୁଲିସ ଫାଉଣ୍ଡେସନକୁ ୨ କୋଟି ଟଙ୍କା ଦାନ କରିଛନ୍ତି। ଏନେଇ ମୁମ୍ବଇ ପୁଲିସ କମିଶନର ପରମବୀର ସିଂହ ସୋମବାର ଟ୍ୱିଟ୍‍ କରି ସୂଚନା ଦେଇଛନ୍ତି। ଏହାସହିତ ଅକ୍ଷୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।


ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଅକ୍ଷୟ କରୋନା ଲଢେଇରେ ଦେଶକୁ ସହଯୋଗ କରିଛନ୍ତି। ସେ ମୁମ୍ବଇ ମହାନଗର ନିଗମକୁ ୩ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହି ଅର୍ଥ ପିପିଇ କିଟ୍‌, ମାସ୍କ ଆଦି ଉପକରଣ ପାଇଁ ଦେଇଥିଲେ। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପିଏମ କେୟାର ଫଣ୍ଡକୁ ସେ ୨୫ କୋଟି ଟଙ୍କା ଦାନ କରିଥିଲେ। ଅକ୍ଷୟଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

Comments are closed.