ଯବାନଙ୍କ ସହ ଭଲିବଲ୍‍ ଖେଳି ସେନା ଦିବସ ପାଳିଲେ ଅକ୍ଷୟ, ସାମ୍ନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ: ବଲିଉଡ଼ର ଖିଲାଡ଼ି ବୟ ଭାବେ ପରିଚିତ ଅକ୍ଷୟ କୁମାର ଶୁକ୍ରବାର ଖାସ୍‍ ଉପାୟରେ ସେନା ଦିବସ ପାଳନ କରିଛନ୍ତି। ଭାରତୀୟ ସେନାର ଯବାନମାନଙ୍କ ସହ କିଛି ସମୟ ଅତିବାହିତ କରିବା ସହିତ ତାଙ୍କ ସଙ୍ଗେ ଭଲିବଲ୍‍ ଖେଳି ଏହି ଦିବସକୁ ପାଳନ କରିଛନ୍ତି ଅକ୍ଷୟ।

ସେ ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି, ଯାହାକୁ ଲୋକେ ଖୁବ୍‍ ପସନ୍ଦ କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି, ଅକ୍ଷୟ ଯବାନମାନଙ୍କ ସହ ଭଲିବଲ୍‍ ଖେଳୁଛନ୍ତି। ଏଥିରେ ଅକ୍ଷୟଙ୍କ ସମେତ ଯବାନମାନେ କଳା ପୋଷାକରେ ନଜର ଆସିଛନ୍ତି। ଭିଡିଓ ସହିତ ସେ କ୍ୟାପ୍ସନରେ ଲେଖିଛନ୍ତି, “ସେନା ଦିବସ ଅବସରରେ ମାରାଥନ୍‍ର ଶୁଭାରମ୍ଭ କରିବାକୁ ଯାଇଥିବା ବେଳେ ଆଜି ଆମ ଦେଶର କିଛି ବୀର ଯୋଦ୍ଧାମାନଙ୍କୁ ଭେଟିବାର ସୁଯୋଗ ମିଳିଲା। ଜୋଶ୍‍ ବଢାଇବାକୁ ଭଲିବଲ୍‍ ଖେଳିବାଠାରୁ ଆଉ ଭଲ କ’ଣ ହୋଇପାରିବ”।

Comments
Loading...