ଫିଲ୍ମ ପାଇଁ ନୁହେଁ ଫ୍ଲାଟକୁ ନେଇ ଚର୍ଚ୍ଚାରେ ଅକ୍ଷୟ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତା ଅକ୍ଷୟ କୁମାର । ଖିଲାଡି ଅକ୍ଷୟ ବର୍ତ୍ତମାନ ଫିଲ୍ମ ପାଇଁ ନୁହେଁ ବରଂ ନିଜର ଫ୍ଲାଟକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସୂଚନା ମୁତାବକ ଅଭିନେତା ଅକ୍ଷୟ ନିକଟରେ ଏକ ଫ୍ଲାଟ କିଣିଛନ୍ତି । ଫ୍ଲାଟକୁ ନେଇ ସେମିତି କିଛି ବେଶୀ ତଥ୍ୟ ସାମ୍ନାକୁ ଆସିନଥିବା ବେଳେ, ଶୁଣିବାକୁ ମିଳୁଛି କି ଫ୍ଲାଟଟିର ମୂଲ୍ୟ ପ୍ରାୟତଃ ୭.୮ କୋଟି ଟଙ୍କା ।

ଖର ୱେଷ୍ଟର ଜୟ ଲିଜେଣ୍ଡ ବିଲ୍ଡିଂର ୧୯ ମହଲା ବିଶିଷ୍ଟ ଫ୍ଲାଟଟିରେ ସମସ୍ତ ସୁବିଧା ଥିବା ଜଣାପଡ଼ିଛି । ସେଥିମଧରେ କାର୍‍ ପାର୍କିଂ ସହ ଅନ୍ୟାନ ସୁବିଧା ମଧ୍ୟ ରହିଛି । ତେବେ ଗତ ଡିସେମ୍ବର ମାସରେ ଅକ୍ଷୟ ଆନ୍ଧେରି ୱେଷ୍ଟରେ ଥିବା ତାଙ୍କ ଅଫିସକୁ ୯କୋଟିରେ ବିକ୍ରି କରିଥିଲେ । ବର୍ତ୍ତମାନ ୭.୮ କୋଟି ଟଙ୍କା ମୂଲ୍ୟରେ ଫ୍ଲାଟ୍‍ କିଣିଛନ୍ତି ।

Comments are closed.