ଶତ୍ରୁ ମୁଣ୍ଡରେ ଅଠା ବୋଳିବା ଲାଗି ନିଜ ପତ୍ନୀ ଓ ପିଲାଙ୍କ ସହ ନିଜ ପରିବାରର ୧୧ ଜଣଙ୍କୁ ହତ୍ୟା

ସୁକ୍କୁର: ପାକିସ୍ଥାନର ପଞ୍ଜାବ ପ୍ରଦେଶରେ ଜଣେ ବ୍ୟକ୍ତିର ବର୍ବରକାଣ୍ଡ ସାରା ବିଶ୍ବରେ ଚର୍ଚିତ ହୋଇଛି । ଏହି ଘଟଣା ଯେତିକି ଭୟଙ୍କର ସେତିକି ଲଜ୍ଜାଜନକ । ନିଜ ବିରୋଧୀକୁ ଫସାଇବା ଲାଗି ଜଣେ ବ୍ୟକ୍ତି ନିଜର ପତ୍ନୀ, ପିଲାଙ୍କ ସହ ନିଜ ପରିବାରର ୧୧ ଜଣ ବ୍ୟକ୍ତିଙ୍କୁ ହତ୍ୟା କରିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତର ଅନ୍ୟଜଣେ ବ୍ୟକ୍ତି ସହ ଜମି ବିବାଦ ଚାଲିଥିଲା । ସମ୍ପୃକ୍ତ ବ୍ୟକ୍ତିକୁ ଫସାଇବାକୁ ଅଭିଯୁକ୍ତ ଏପରି ଘଟଣା ଘଟାଇଛି ।
ପାକିସ୍ଥାନ ଟିଭି ଚ୍ୟାନେଲ ଜିଓ ନ୍ୟୁଜ୍ ସୂଚନା ଅନୁସାରେ ପରିବାର ଲୋକଙ୍କ ହତ୍ୟା କରିବାର ଷଡ଼ଯନ୍ତ୍ର ଅଭିଯୁକ୍ତ ନିଜେ ପ୍ରସ୍ତୁତ କରିଥିଲା । ପୁଲିସ ତାର ବୟାନ ରେକର୍ଡ଼ କରିଛି । ଏହି ହତ୍ୟାକାଣ୍ଡରେ ଯେଉଁ ୧୧ ଜଣ ଶିକାର ହୋଇଛନ୍ତି ସେମାନଙ୍କ ମଧ୍ୟରେ ଅଭିଯୁକ୍ତର ପତ୍ନୀ, ୪ ଝିଅ, ୩ ପୁଅ ମଧ୍ୟ ରହିଛନ୍ତି । ଏହାବ୍ୟତୀତ ବୋହୂ ଓ ନାତିନାତୁଣୀଙ୍କୁ ମଧ୍ୟ ଅଭିଯୁକ୍ତ ହତ୍ୟା କରିଛି । ଘଟଣା ଘଟାଇବା ପରେ ସେ ଫେରାର ହୋଇ ଯାଇଥିଲା, ମାତ୍ର ପରେ ନିକଟସ୍ଥ ଗାଁରୁ ପୁଲିସ ତାକୁ ଗିରଫ କରିଥିଲା। ଏହି ଘଟଣାରେ ତାକୁ ତା’ର ଅନ୍ୟ ୪ ପୁଅ ସହଯୋଗ କରିଥିଲେ ।
ପୁଲିସ କହିବା ଅନୁସାରେ ଅଭିଯୁକ୍ତ ଇରଫାନ ସମ୍ମୁ ନିଜ ଅପରାଧ ସ୍ବୀକାର କରିଛି ଓ । ଅଭିଯୁକ୍ତର ବାପା ପରିବାରର ଲୋକଙ୍କ ହତ୍ୟାରେ ମଧ୍ୟ ସାମିଲ ଥିଲା ବୋଲି ମଧ୍ୟ କହିଛନ୍ତି । ସମସ୍ତଙ୍କର ଗଳା ଛୁରୀରେ କାଟି ହତ୍ୟା କରାଯାଇଛି । ପଞ୍ଜାବ ପ୍ରଦେଶ ମୁଖ୍ୟମନ୍ତ୍ରୀ ସିନ୍ଧ ମୁରାଦ ଅଲ୍ଲୀ ଶାହା ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ।

Comments are closed.