କୋଭିଡ୍‌ କଟକଣାରେ ହେଲା ଅଖିମୁଠି ଅନୁକୂଳ

ସାକ୍ଷୀଗୋପାଳ : ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଦୁଗଲ ପଞ୍ଚାୟତର ବୀର ଗୋବିନ୍ଦ ପୁର ରାଜସ୍ବ ମୌଜାର ଅନ୍ତରପନ୍ଥ ଗ୍ରାମ ଗହୀରରେ ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସରକାରଙ୍କ କୋଭିଡ କଟକଣା ନିୟମ ଅନୁଯାଇ ଅକ୍ଷୀମୁଠି ଅନୁକୂଳ ହୋଇଅଛି। ଅନ୍ତରପନ୍ଥ ଗ୍ରାମର ଗାଦିବ୍ରହ୍ମ ଦେବଙ୍କ ପୀଠରେ ଅକ୍ଷୀମୁଠି ସାମଗ୍ରୀ ଲାଗି ପରେ କୃଷକ ମାନେ ଗହୀରରେ ପହଞ୍ଚିଥିଲେ. ଗ୍ରାମ୍ୟ କୃଷି ବିକାଶ ପରିଷଦର ସାଧାରଣ ସମ୍ପାଦକ ପ୍ରତାପ କୁମାର ପାହାନ୍ତା ସିଂ ଓ ସତ୍ୟବାଦୀ ଅଞ୍ଚଳର ବିଶିଷ୍ଟ ଚାଷୀ ରବୀନ୍ଦ୍ର ନାଥ ଶତପଥି ପାରମ୍ପରିକ ପୂଜାର୍ଚ୍ଚନା ପରେ  ବିଲରେ ହଳ କରିବା ସହିତ ଧାନ ବୁଣିଥିଲେ।

 

କରୋନା ମହାମାରୀ ଦୂର କରିବା, ଭଲ ଫସଲ ଫଳିବା ସହିତ ବନ୍ୟା, ବାତ୍ୟା ଓ ମରୁଡିରୁ ରକ୍ଷା କରିବା ନିମନ୍ତେ କୃଷକ ମାନେ ପ୍ରାର୍ଥନା କରିଥିଲେ। ଉତ୍କଳମଣି ଗୋପବନ୍ଧୁ କୃଷକ କ୍ଳବ, ବୀର ଗୋବିନ୍ଦ ପୁର, ସଭାପତି ନରହରି ମିଶ୍ର, ସମ୍ପାଦକ ଅନନ୍ତ ଭୋଳ, କୋଷାଧକ୍ଷ ସୁଦର୍ଶନ ସ୍ୱାଇଁ, ବୃନ୍ଦାବନ ସାହୁ ଅରକ୍ଷିତ ରାଉତ ଓ କୈଳାଶ ରାଉତଙ୍କ ସମେତ ଅନ୍ୟମାନେ ଏହି ଅବସରରେ ଉପସ୍ଥିତ ଥିଲେ।

Comments are closed.