ଅଖିଳେଶଙ୍କୁ ମେଣ୍ଟ ସମ୍ପର୍କରେ ନିଷ୍ପତ୍ତି ନେବା କ୍ଷମତା

0

ଲକ୍ଷ୍ନୌ : ସମାଜବାଦୀ ପାର୍ଟି ଜାତୀୟ କାର୍ଯ୍ୟକାରିଣୀରେ ସଭାପତି ଅଖିଳେଶ ସିଂହ ଯଦାବଙ୍କୁ ଆଗାମୀ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଅନ୍ୟ ଦଳ ସହିତ ମେଣ୍ଟ ଓ ଆସନ ଭାଗବଣ୍ଟା ସଂକ୍ରାନ୍ତ ନିଷ୍ପତ୍ତି ନେବାକୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଛି। ଏହାଛଡ଼ା ନିର୍ବାଚନ ଇଭିଏମ୍‍ ପରିବର୍ତ୍ତେ ବାଲାଟ୍‍ ପେପର ଭିତ୍ତିକ ହେବା ଆବଶ୍ୟକ ବୋଲି କାର୍ଯ୍ୟକାରିଣୀରେ ମତ ପ୍ରକାଶ ପାଇଛି। ଏ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଶନିବାର ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଥିଲା।

Leave A Reply