ମହାମେଣ୍ଟକୁ ଝଟକା, ଫେଡେରାଲ ଫ୍ରଣ୍ଟରେ ଅଖିଳେଶ !

0

ଲକ୍ଷ୍ନୌ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ବରେ କଂଗ୍ରେସକୁ ନେଇ ସମସ୍ତ ବିରେଧୀ ଦଳର ଏକ ମହାମଣ୍ଟେ ଗଠନ ପ୍ରକ୍ରିୟାକୁ ଶକ୍ତ ଧକ୍କା ଲାଗିଛି। ବିଶେଷକରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଇଁ ଏହା ବଡ଼ ଝଟକା ସଦୃଶ। କାରଣ ବିଜେପିର ପଥରୋଧ କରିବା ପାଇଁ ସେ ଯେଉଁ ମହାମଣ୍ଟେର ସ୍ବପ୍ନ ଦେଖୁଥିଲେ ତାହା ଚୁରମାର ହେବାକୁ ଯାଉଛି।  ସମାଜବାଦୀ ପାର୍ଟି ଏବେ ଫେଡେରାଲ ଫ୍ରଣ୍ଟକୁ ସମର୍ଥନ କରିଛି।

ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ର ଶେଖର ରାଓଙ୍କ ଅଣ କଂଗ୍ରେସ-ଅଣ ବିଜେପି ଦଳର ମେଣ୍ଟ ଫେଡେରାଲ ଫ୍ରଣ୍ଟକୁ ସମର୍ଥନ କରିଛନ୍ତି । ଟିଆରଏସ ଅଧ୍ୟକ୍ଷ କେ.ଚନ୍ଦ୍ର ଶେଖର ରାଓ(କେସିଆର) ଇତି ମଧ୍ୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଛନ୍ତି।

ତେବେ ଅଖିଳେଶ କହିଛନ୍ତି  ଯେ, ଫେଡେରାଲ ଫ୍ରଣ୍ଟ ପାଇଁ  ସେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ସହ ସାକ୍ଷାତ ଆଲୋଚନା କରିବେ। ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟିର ଏକ ମାତ୍ର ବିଜୟୀ ବିଧାୟକଙ୍କୁ ମନ୍ତ୍ରୀ କରାନଯିବା ନେଇ ଅଖିଳେଶ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ ଉଭୟ ବିଜେପି ଓ କଂଗ୍ରେସକୁ ମଧ୍ୟ ଆକ୍ଷେପ କରିଛନ୍ତି । ଏବେ ସେ ଭିନ୍ନ ପଥର ଯାତ୍ରୀ ବୋଲି କହିଛନ୍ତି । ୨୦୧୯ ଲୋକସଭା ନିର୍ବାଚନ ପାଇଁ ମେଣ୍ଟ ଜରୁରୀ ଏବଂ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ସବୁ ଦଳ ଏକାଠି ହେବା ଉଚିତ୍ ବୋଲି ଅଖିଳେଶ କହିଛନ୍ତି ।

Leave A Reply