ଅକ୍ଷୟଙ୍କ ‘ଲକ୍ଷ୍ମୀ ବମ୍’କୁ ଝଟକା ; ନିର୍ଦେଶକ ଛାଡ଼ିଲେ ସିନେମା

ମୁମ୍ବଇ : ବଲିଉଡ଼ର ଖିଲାଡ଼ି ଅକ୍ଷୟ କୁମାରଙ୍କ ଆଗାମୀ ଚଳଚ୍ଚିତ୍ର ‘ଲକ୍ଷ୍ମୀ ବମ୍‍’ର  ପ୍ରଥମ ପୋଷ୍ଟର ଶନିବାର ମୁକ୍ତିଲାଭ କରିଥିଲା। ମାତ୍ର ରବିବାର ଏହାକୁ ନେଇ ଏକ ଖବର ସାମ୍ନାକୁ ଆସିଛି। ଖବର ଅନୁସାରେ, ଏହି ଚଳଚ୍ଚିତ୍ରର ନିର୍ଦେଶକ ରାଘବ ଲୋରେନ୍ସା ଚଳଚ୍ଚିତ୍ର ଛାଡ଼ି ଦେଇଛନ୍ତି। ରାଘବ ଲୋରେନ୍ସା ନିଜେ ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଏକ ନୋଟ୍ ଶେୟାର କରିଛନ୍ତି। ସେ ଲେଖିଛନ୍ତି-

‘‘ତାମିଲରେ ଏକ କଥା ଅଛି ଯେ ଯେଉଁ ଘରେ ସମ୍ମାନ ନାହିଁ ​‌ ସେହି ଘରେ ରହିବା କଥାନୁହେଁ’’। ସେ ପୁନଶ୍ଚ କହିଛନ୍ତି, ‘‘ଏ ଦୁନିଆରେ ଟଙ୍କା ପଇସା ଠାରୁ ସ୍ବାଭିମାନ ଅଧିକ ଗୁରୁତ୍ବପୂର୍ଣ୍ଣ। ଏଥିପାଇଁ ମୁଁ ଲକ୍ଷ୍ମୀ ବମ୍ ଛାଡିବାକୁ ଯାଉଛି। ମୁଁ ଏଠାରେ ମୋର ସିନେମା ଛାଡିବାର ରହସ୍ୟ ଖୋଲୁନାହିଁ। କାରଣ ମୋର ସିନେମା ଛାଡିବାର ଅନେକ ଗୁଡିଏ କାରଣ ରହିଛି। କିନ୍ତୁ ସେଥିମଧ୍ୟରୁ ଗୋଟିଏ କାରଣ ହେଉଛି- ଶନିବାର ଲକ୍ଷ୍ମୀବମର ପ୍ରଥମ ପୋଷ୍ଟର ରିଲିଜ କରାଗଲା। ମାତ୍ର ଏବାବଦରେ ମୋ ସହ କେହି ଆଲୋଚନା କରିନଥିଲେ। ମୁଁ ସିନେମାର ନିର୍ଦେଶକ ହୋଇ ମଧ୍ୟ ଫୋଷ୍ଟର ରିଲିଜ ବାବଦରେ ମୋ ସହ ଆଲୋଚନା ନକରିବା ମୋତେ ଭିଷଣ ଆଘାତ ଦେଇଛି।  ମୋ ସିନେମାର ପୋଷ୍ଟର ରିଲିଜ ହେଉଛି। ମାତ୍ର ମୋତେ କୁହା ଗଲାନାହିଁ। ମୁଁ ବାହାର ଲୋକଙ୍କଠାରୁ ଏହା ଜାଣିବାକୁ ପାଇଲି’’।

ସେ ଆହୁର ଲେଖିଛନ୍ତି- ‘‘ମୁଁ ଚାହିଁଲେ ସିନେମାର କାହାଣୀ ନେଇପାରିବି। କାରଣ କାହାଣୀ ପାଇଁ ମୋତେ କୌଣସି ଚୁକ୍ତିପତ୍ର ସ୍ବାକ୍ଷର କରିବାକୁ ପଡ଼ିନାହିଁ। ମାତ୍ର ମୁଁ ଏହା କରିବି ନାହିଁ। ସେ ଅକ୍ଷୟ କୁମାରଙ୍କ ଅଧିକ ସମ୍ମାନ କରିବାକଥା କହିଛନ୍ତି। ଅକ୍ଷୟ ସିନେମାର ନାୟକ ହୋଇଥିବାରୁ ସେ କାହାଣୀ ନନେବା କଥା କହିଛନ୍ତି। ରାଘବ ଲେରେନ୍ସା ଖୁବଶିଘ୍ର ଅକ୍ଷୟଙ୍କୁ ଭେଟି ଏ ବାବଦରେ ଅକ୍ଷୟଙ୍କ ସହ କଥାହେବେ ବୋଲି କହିଛନ୍ତି। ଅକ୍ଷୟଙ୍କୁ ଭେଟି ଅନ୍ୟ ଏକ ନିର୍ଦେଶକଙ୍କୁ ସିନେମାରେ ନେବାକଥା ନିବେଦନ କରିବି। ଶେଷରେ ସେ ଚଳଚ୍ଚିତ୍ରର ସମସ୍ତ ସଦଶ୍ୟଙ୍କୁ ଶୁଭେଚ୍ଛା ଦେବାସହ ସିନେମା ପାଇଁ ସଫଳ କାମନା କରିଛନ୍ତି। ​‌

 

ଉଲ୍ଲେଖଯୋଗ୍ୟ,  ଏହା ଏକ ହାସ୍ୟରସାତ୍ମକ ପ୍ରେତାତ୍ମା ଭିତ୍ତିକ ଚଳଚ୍ଚିତ୍ର। ଏହି ସିନେମାଟି ୨୦୧୧ରେ ମୁକ୍ତିଲାଭ କରିଥିବା ତାମିଲ ଚଳଚ୍ଚିତ୍ର କଞ୍ଚନାର ରିମେକ୍‍। ଏହି ଚଳଚ୍ଚିତ୍ରରେ ଅକ୍ଷୟ ସହ ପ୍ରମୁଖ ଭୂମିକାରେ ନଜର ଆସିବେ କିଆରା ଆଡ଼ଭାଣୀ ଏବଂ ଆର ମାଧବନ୍। ସେହିଭଳି ତୁଷାର କପୁର ଓ ଶବିନା ଖାନ୍ ଏହାର ପ୍ରଯୋଜନା କରିବେ। ଏହି ଚଳଚ୍ଚିତ୍ର ୨୦୨୦ ଜୁନ ୦୫ରେ ମୁକ୍ତିଲାଭ କରିବ।

Comments are closed.