୬୦ ଘଣ୍ଟା ପରେ ଖୋଲିଲା ଆଖଣ୍ଡଳମଣି ମନ୍ଦିର

ଆରଡି: ଆରଡିପୀଠ ଆଖଣ୍ଡଳମଣିଙ୍କ ମନ୍ଦିରରେ ଗତ ଗୁରୁବାର ଜଣେ ସେବାୟତ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ତତ୍କାଳ ସର୍ବସାଧାରଣ ଭକ୍ତଙ୍କ ଦର୍ଶନକୁ ବନ୍ଦ କରିବା ସହ ମନ୍ଦିରକୁ ସାନିଟାଇଜ କରିଥିଲା। ଏଥିପାଇଁ ୬୦ ଘଣ୍ଟା ପାଇଁ ମନ୍ଦିରକୁ ବନ୍ଦ କରାଯାଇଥିଲା। ପ୍ରଶାସନର ନଟକା ଜାରୀ ଅନୁଯାୟୀ, ଶନିବାର ସନ୍ଧ୍ୟା ୬ଟାରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ପୁଣି ମନ୍ଦିର ଖୋଲିଛି। ଏଥିସହ ପ୍ରଶାସନ ପରାମର୍ଶ ଅନୁଯାୟୀ ମନ୍ଦିରର ସମସ୍ତ ସେବାୟତଙ୍କର କୋଭିଡ ଟେଷ୍ଟ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ୯୨ ଜଣ ଓ ଶନିବାର ୧୫୦ ଜଣ, ମୋଟ ୨୪୨ ଜଣ ସେବାୟତଙ୍କର କୋଭିଡ ପରିକ୍ଷା କରାଯାଇଥିବା ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Comments are closed.