ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ

ଆରଡ଼ି: ରାଜ୍ୟରେ ମହାମାରୀ କରୋନାର ଦ୍ବିତୀୟ ଲହରୀ ସଂକ୍ରମଣର ହାର ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଆଜିଠାରୁ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନକୁ ବନ୍ଦ କରାଯାଇଛି। ଅନ୍ୟାଦେଶ ପର୍ଯ୍ୟନ୍ତ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ଜାରି ରହିବ। କେବଳ ପୂଜକମାନେ ହିଁ ମନ୍ଦିରରେ ନୀତିକାନ୍ତି ସମ୍ପାଦନ କରିବେ ବୋଲି ଭଦ୍ରକ ଉପଜିଲାପାଳ ତଥା ମନ୍ଦିରଟ୍ରଷ୍ଟି ପିତାମ୍ବର ସାମଲ ସୂଚନା ଦେଇଛନ୍ତି।

Comments are closed.